ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଆହ୍ବାନକୁ ରାଜ୍ୟ ବିଜେପିର ସ୍ବାଗତ
ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି। ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ମହାମାରୀ ବିରୋଧୀ ଲଢେଇରେ ସାରା ଦେଶ ଓ ଆମ ରାଜ୍ୟ ଓଡିଶା ଏକ ହୋଇ ଠିଆ ହୋଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମସମାନରେ ବନ୍ଦେ ଓତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରୁଛି।
ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷକୁ ଏକ କରିବା ପାଇଁ ଘଣ୍ଟ ଘଣ୍ଟା, ଥାଳି ବଜାଇବା ସହିତ ସମସ୍ତଙ୍କୁ ଦୀପ ଜାଳି କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ଦେଶବାସିଙ୍କୁ ଅନୁରୋଧ କରିଥିଲେ। ସାରା ଦେଶ ଏହି ଆହ୍ୱାନରେ ଏକ ହୋଇ ଠିଆ ହୋଇଥିଲେ। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସହ କରୋନା ଯୋଦ୍ଧାଙ୍କ ସମ୍ମାନରେ ମୋ ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଏକ ହୋଇ ସାମିଲ ହେବାକୁ ଶ୍ରୀ ମହାନ୍ତି ଟ୍ୱିଟ୍ ଜରିଆରେ ନିବେଦନ କରିଛନ୍ତି।
Comments are closed.