Odisha Link
Bridging the Missing Links in Odisha

ପରଲୋକରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ

ରାୟପୁର: ପରଲୋକରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ। ମୃତ୍ୟୁ ବେଳକୁ ଅଜିତ୍‌ ଯୋଗୀଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଏନେଇ ନେଇ ଟ୍ୱିଟରେ ସୂଚନା ଦେଇଛନ୍ତି ପୁଅ ଅମିତ ଯୋଗୀ। ଅଜିତ୍‌ ଯୋଗୀ ଗତ ମେ ୯ ତାରିଖରେ ହୃଦାଘାତର ଶିକାର ହେବାପରେ ଚିକିତ୍ସା ପାଇଁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଆଜି ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଲାଗଲାଗ ଦୁଇଟି ହୃଦ୍‌ଘାତ ହେବା ଫଳରେ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତାଙ୍କୁ ଆଇସିୟୁ ମଧ୍ୟରେ ରଖି ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ସ୍ୱାସ୍ଥାବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କହିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଆଜି ଅପରାହ୍ଣରେ ଅଜିତ ଯୋଗୀଙ୍କର ଦେହାନ୍ତ ହୋଇଯାଇଛି।

ଶ୍ରୀ ଯୋଗୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିଛନ୍ତି।

Comments are closed.