ରାଜ୍ୟରେ ୧୭ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୬୩ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୭୨୩ ରେ ପହଁଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୧୫ଟି ଜିଲ୍ଲାରୁ ମୋଟ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆକ୍ରାନ୍ତ ୬୩ ଜଣଙ୍କ ମଧ୍ୟରୁ ୬୧ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୨ଜଣ ସ୍ଥାନୀୟ ବାସିନ୍ଦା। ଆଜି ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାର ସର୍ବାଧିକ ୧୨ ଜଣ ଥିବାବେଳେ ଜଗତ୍ସିଂହପୁରର ୧୧, ଢେଙ୍କାନାଳର ୯ ଜଣ ଅଛନ୍ତି।
ସେହିପରି ନୟାଗଡ଼ରୁ ୭, ବଲାଙ୍ଗିରରୁ ୬, ଗଞ୍ଜାମରୁ ୪, ବାଲେଶ୍ୱର ଓ କଟକରୁ ୩ ଲେଖାଏଁ, ସୁନ୍ଦରଗଡ଼ରୁ ୨, ପୁରୀ, ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା, ନବରଙ୍ଗପୁରରୁ ଜିଲ୍ଲାରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୮୮୭ ଜଣ ସୁସ୍ଥ ହୋଇଥିବା ବେଳେ ୮୨୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଅପରପକ୍ଷେ ୭ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ସମସ୍ତ ସକ୍ରିୟ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.