Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୩ହଜାର ଟପିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ରାଜ୍ୟରେ ୩୧୪୦ରେ ପହଁଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ପ୍ରକାଶ ପାଇଛି।

ଆଜି ଖୋର୍ଦ୍ଧା-୧୯, ଗଞ୍ଜାମ-୧୮,ଜଗତସିଂହପୁର-୮, କଟକ-୨, କେନ୍ଦୁଝର-୨, ମାଲକାନଗିରି-୧, ନୟାଗଡ-୩, ଯାଜପୁର-୧, ମୟୂରଭଞ୍ଜ-୩, ଢେଙ୍କାନାଳ-୧, କଳାହାଣ୍ଡି-୨, କନ୍ଧମାଳ-୨, ଦେବଗଡ-୫,ବଲାଙ୍ଗୀର-୧, ସୁନ୍ଦରଗଡ-୭, କେନ୍ଦ୍ରାପଡା-୨, ବାଲେଶ୍ୱର-୭ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଆକ୍ରାନ୍ତଙ୍କ ମଧ୍ୟରେ ଓଡ୍ରାଫ ଓ ଏନଡିଆରଏଫର ୬୧ ଜଣ ଅଛନ୍ତି। ସମସ୍ତ ୬୧ ଜଣ ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। ୧୨୭ କ୍ୱାରେଣ୍ଟାଇନ ସେଣ୍ଟର, ୧୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପ୍ରକାଶ ପାଇଛି।

ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ରେ ପହଁଞ୍ଚିଛି। ୧୯୯୩ ଜଣ ସୁସ୍ଥ ହୋଇଥିବା ବେଳେ ୧୧୩୬ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ରାଜ୍ୟରେ ୯ଜଣଙ୍କର କରୋନା ଜିନତ ମୃତ୍ୟୁ ହୋଇଛି।

Comments are closed.