Odisha Link
Bridging the Missing Links in Odisha

କରୋନା: ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ହସ୍ପିଟାଲରୁ ଡିସର୍ଚାଜ, କହିଲେ ଆଉ କିଛି…

ନୂଆଦିଲ୍ଲୀ: ବିଜେପି ନେତା ତଥା ଦଳର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। କରୋନା ଲକ୍ଷଣ ଦେଖାଯିବା ପରେ ଗୁରୁଗାଓଁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏବେ ସୁସ୍ଥ ହୋଇ ଡିସର୍ଚାଜ ହୋଇ ଘରକୁ ଫେରିଛନ୍ତି। ଏନେଇ ନିଜେ ଶ୍ରୀ ପାତ୍ର ଟୁଇଟ କରି ଜଣାଇଛନ୍ତି।

ମେଡାଣ୍ଟା ହସ୍ପିଟାଲରୁ ଡିସଚାର୍ଜ ହେବାର ଗୋଟିଏ ଦିନ ପରେ ସମ୍ବିତ ପାତ୍ର ଆଜି ସକାଳେ ଟ୍ୱିଟ୍ କରି କହିଛନ୍ତି ଯେ, ଯଦିଓ ସେ ହସ୍ପିଟାଲରୁ ଫେରିଛନ୍ତି, ତଥାପି ସେ ସୁସ୍ଥ ହୋଇନାହାଁନ୍ତି ଏବଂ ଆଉ କିଛି ଦିନ ଘରେ ରହିବେ।

ଶ୍ରୀ ପାତ୍ର ଟୁଇଟ କରି କହିଛନ୍ତି ଯେ, ଆପଣ ସମସ୍ତଙ୍କର ଆର୍ଶିବାଦ ଓ ପ୍ରାର୍ଥନା ବଳରେ ମୁଁ ସୁସ୍ଥ ହୋଇ ଘରକୁ ଫେରିଛି। ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆଉ କିଛି ସମୟ ଲାଗିବ ବୋଲି ସେ କହିଛନ୍ତି। ଏଥିସହିତ ଆପଣ ସମସ୍ତଙ୍କ ଆର୍ଶିବାଦ ପାଇଁ ମୁଁ ପ୍ରଣାମ କରୁଛି ବୋଲି ସମ୍ବିତ ପାତ୍ର କହିଛନ୍ତି।

ସୂଚନାଥାଉକି ମେ ୨୮ ତାରିଖରେ ସମ୍ବିତ ପାତ୍ରଙ୍କ ଠାରେ କୋଭିଡ୍-୧୯ ଲକ୍ଷଣ ଦେଖାଦେବାରୁ ତାଙ୍କୁ ଗୁରଗାଓଁରେ ଏକ ଘରୋଇ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା।

ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଦଳରେ ଜଣେ ଟାଣୁଆ ପ୍ରବକ୍ତା ଭାବେ ଜଣାଶୁଣା। ଏଥିସହିତ ଗତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା କରିଥିଲା। ଜାତୀୟ ଗଣମାଧ୍ୟମଗୁଡ଼ିକରେ ଦଳ ପକ୍ଷରୁ ଖୁବ୍‌ ମଜ୍‌ଭୁତ ଭାବେ ପକ୍ଷ ରଖିବା ନେଇ ସେ ବେଶ୍‌ ଜଣାଶୁଣା। ସୋସିଆଲ୍‌ ମିଡିଆରେ ମଧ୍ୟ ସେ ଖୁବ୍ ସକ୍ରିୟ ରୁହନ୍ତି।

Comments are closed.