Odisha Link
Bridging the Missing Links in Odisha

କ୍ରମାଗତ ୪ର୍ଥ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦିର୍ଘ ୮୦ ଦିନ ପରେ କ୍ରମାଗତ ଭାବେ ପେଟ୍ରୋଲ ଡିଜେଲ ଦର ନିୟମିତ ଭାବେ ବୃଦ୍ଧି ପାଉଛି। କ୍ରମାଗତ ୪ର୍ଥ ଦିନ ପାଇଁ ଆଜି ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ୪ର୍ଥ ଦିନରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି। ଆଜିର ବର୍ଦ୍ଧିତ ଦର ପରେ ଚାରି ଦିନରେ ପେଟ୍ରୋଲ ଦର ଲିଟର ପିଛା (ଦିଲ୍ଲୀରେ)୨ ଟଙ୍କା ୧୪ ପଇସା ଏବଂ ଡିଜେଲ ଦର ୨ଟଙ୍କା ୨୩ ପଇସା ବୃଦ୍ଧି ପାଇଛି।

ଏହା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୭୨.୪୬ ଟଙ୍କାରୁ ୭୩.୪୦ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛି ୭୦.୫୯ରୁ ୭୧.୬୨କୁ ବୃଦ୍ଧି ପାଇଛି। ଗୁରଗାଓଁରେ ପେଟ୍ରୋଲ ଦର ୭୨ଟଙ୍କା ୮୬ ଏବଂ ଡିଜେଲ ଦର ୬୪ଟଙ୍କା ୯୦ ପଇସା, ମୁମ୍ବାଇରେ ପେଟ୍ରୋଲ ୮୦.୪୦ ଏବଂ ଡିଜେଲ ଦର ୭୦.୩୫, ଚେନ୍ନାଇରେ ପେଟ୍ରୋଲ ୭୭.୪୩ ଏବଂ ଡିଜେଲ ଦର ୭୦.୧୩ ପଇସାରେ ପହଞ୍ଚିଛି। ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୭୬.୨୦ରେ ପହଞ୍ଚିଥିବାବେଳେ ଡିଜେଲ ଦର ୭୦, ବେଙ୍ଗାଲୁରରେ ପେଟ୍ରୋଲ ଦର ୭୫.୭୭ ଏବଂ ଡିଜେଲ ଦର ୬୮.୦୯ ପଇସାରେ ପହଞ୍ଚିଛି।

ସୂଚନାଥାଉ କି, ମଙ୍ଗଳବାର ବର୍ଦ୍ଧିତ ଦର ଘୋଷଣା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା ବୃଦ୍ଧି ଘଟିଛି। ଦୀର୍ଘ ୮୦ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର ନିୟମିତ ଭାବେ ଗତ ରବିବାରଠାରୁ ରିଭାଇଜ୍‌ ହୋଇ ବୃଦ୍ଧି ପାଉଛି।ଏଥିସହିତ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିକ ତୈଳ ଦର ବୃଦ୍ଧି ପାଇଛି। ଯାହାଫଳରେ ପେଟ୍ରୋଲ ଓ ଡିଜେଲ୍ ମହଙ୍ଗା ହୋଇଛି।

Comments are closed.