Odisha Link
Bridging the Missing Links in Odisha

କରୋନା: ବିଗୁଡ଼ୁଛି ଦିଲ୍ଲୀ ସ୍ଥିତି, ବୈଠକ ଡାକିଲେ ଅମିତ ଶାହ

ବୈଠକରେ ଯୋଗ ଦେବେ ଉପ-ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନ ଭାଇରସ୍‌ ମାୟା ନଗରୀ ମୁମ୍ବାଇ ପରେ ରାଜଧାନୀ ଦିଲ୍ଲୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଆଜି ହେବାକୁ ଥିବା ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଦନ, ଉପ ରାଜ୍ୟପାଳ ଅନିଲ ବେଜଲ, ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏବଂ ଗୃହ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ଆଜି ପୂର୍ବାହ୍ନରେ ୧୧ଟା ସମୟରେ ଏହି ବୈଠକ ଅନୁଷ୍ଠିତ ହେବ। ମହାମାରୀ କରୋନା ପାଇଁ ଉପୁଜିଥିବା ସଙ୍କଟ ଓ ତାର ନିରାକରଣ ପାଇଁ ଏହି ବୈଠକରେ ଆଲୋଚନା ହେବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଏଥିସହିତ ଆଜି ଅପରାହ୍ନ ୫ଟାରେ ଗୃହମନ୍ତ୍ରୀ ଅମିତ ଶାହ ୨ୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଦିଲ୍ଲୀ ନଗର ନିଗମର ସମସ୍ତ ମେୟର ଉପସ୍ଥିତି ରହିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ମଧ୍ୟ ବୈଠକରେ ଉପସ୍ଥିତ ରହିବେ। ଦିଲ୍ଲୀରେ କରୋନାର ବର୍ତ୍ତମାନ ସ୍ଥିତିକୁ ନେଇ ଗୋଟିଏ ଦିନରେ ଅମିତ ଶାହ ୨ଟି ବୈଠକ ଡାକିଛନ୍ତି।

Comments are closed.