ରଜରେ ମଉଜ କରିବା ପଡ଼ିଲା ମହଙ୍ଗା, ଭୋଜି କରି ଗିରଫ ହେଲେ ନେତା
ଆନନ୍ଦପୁର: ମହାମାରୀ କରୋନା ଭାଇରସ୍କୁ ପ୍ରତିହତ କରିବା ପାଇଁ ନାନା କଟକଣା ଲାଗୁ କରିଛନ୍ତି ସରକାର। ହେଲେ ସରକାରଙ୍କ କଟକଣାକୁ ଫୁ କରୁଛନ୍ତି ନେତା। କରୋନା ପାଇଁ ସଭା ସମିତି, ଭୋଜିଭାତ ବନ୍ଦ। ହେଲେ କରୋନା କଟକଣାକୁ ଭୁଲି ଭୋଜି କରୁଛନ୍ତି ଲୋକ। ଖୋଲାଖୋଲି ନିୟମ ଭାଙ୍ଗିବା ସହିତ ରଖୁନାହାଁନ୍ତି ସାମାଜିକ ଦୂରତା। ଏଭଳି ଅମାନିଆ ନେତାଙ୍କୁ ଗିରଫ କରିଛି କେନ୍ଦୁଝର ପୋଲିସ। ପହିଲି ରଜରେ ପଦନା ଛକ ନିକଟ ପଡ଼ିଆରେ ଶତାଧିକ ଯୁବକ ଭୋଜି କରୁଥିଲେ। ଏନେଇ ଖବର ପାଇ ପୋଲିସ ଚଢ଼ାଉ କରିଥିଲା।
ପୋଲିସକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋତ ଯିଏ ଯେମିତି ପାରିଲେ ଯୁଆଡ଼େ ଦୌଡ଼ି ପଳାଇଥିଲେ। ପୋଲିସ ହାତରେ ଧରା ପଡ଼ିଥିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ। ଅକ୍ଷୟଙ୍କ ସମେତ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଆଇନ୍ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ରାମଚନ୍ଦ୍ରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Comments are closed.