Odisha Link
Bridging the Missing Links in Odisha

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ସହି ପାରିଲେନି ଭାଉଜ, ଚାଲିଗଲା ଜୀବନ

ପାଟନା: ବଲିଉଡର ଷ୍ଟାଇଲିସ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ ସାରା ଦେଶ ସ୍ତବ୍ଧ। ସୁଶାନ୍ତଙ୍କ ବିୟେଗରେ ତାଙ୍କ ପରିବାର ଆଗରେ ଦୁଃଖର ପାହାଡ଼ ଠିଆ ହୋଇଛି। ପରିବାର ଆଖିରୁ ଲୁହ ଝରିବା ବନ୍ଦ ହୋଇନଥିବା ବେଳେ ଏପରି ସମୟରେ ତାଙ୍କ ପରିବାରକୁ ଆଉ ଏକ ଦୁଃଖ। ସୁଶାନ୍ତଙ୍କ ଏପରି ଅକାଳ ବିୟୋଗକୁ ସହି ନ ପାରି ଆତ୍ମହତ୍ୟା କରିଛନ୍ତି ପରିବାରର ଆଉଜଣେ ସଦସ୍ୟ। ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ ସୁଧା।

ଗତକାଲି ଗୋଟିଏ ପଟେ ଚାଲିଥିଲା ସୁଶାନ୍ତଙ୍କର ଅନ୍ତିମ ସଂସ୍କାର, ଅନ୍ୟପଟେ ବିହାରରେ ରହୁଥିବା ତାଙ୍କର ଭାଉଜ ପ୍ରାଣ ହରାଇଥିଲେ। ଖବର ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଖାଇବା ପିଇବା ଛାଡି ଦେଇଥିଲେ।

ସୁଶାନ୍ତଙ୍କ ଦାଦା ପୁଅ ଭାଇଙ୍କ ପତ୍ନୀ ସୁଧା ଦେନି। ସେ ବିହାରର ପୁର୍ଣ୍ଣିୟାରେ ରହୁଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ସେ ଖାଇବା-ପିଇବା ଛାଡ଼ି ଦେଇଥିଲେ। ଯେଉଁ ସମୟରେ ମୁମ୍ବଇରେ ସୁଶାନ୍ତଙ୍କୁ ଶେଷ ବିଦାୟ ଦିଆଯାଉଥିଲା, ଠିକ୍‌ ସେହି ସମୟରେ ପୁର୍ଣ୍ଣିୟାରେ ସୁଧା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Comments are closed.