Odisha Link
Bridging the Missing Links in Odisha

ଆଜି ନବୀନଙ୍କ ସମେତ ୧୪ଟି ରାଜ୍ୟର ମୁଖ୍ୟଙ୍କ ସହ ଚର୍ଚ୍ଚା କରିବେ ପିଏମ୍‌ ମୋଦି

ନୂଆଦିଲ୍ଲୀ: ଗତକାଲି ପରି ଆଜି ମଧ୍ୟ ଅପରାହ୍ନ ୩ଟାରେ ୧୫ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳଙ୍କ ମୁଖ୍ୟଙ୍କ ସହ ଆଲୋଚନା କରିବେ ପିଏମ୍‌ ମୋଦି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟର ମୁଖ୍ୟଙ୍କ ସହ ଚର୍ଚ୍ଚା କରିବେ ମୋଦି । ଗତକାଲି ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ସ୍ଥିତି ସୁଧୁରୁଥିବାର ମିଳୁଛି ସଙ୍କେତ। ବିଗତ ସପ୍ତାହରେ ସରକାରଙ୍କର ଉଦ୍ୟମ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

ଏହାସହ ଦେଶ ଏହି କରୋନା ଲଢେଇରେ ମିଳିମିଶି କାମ କରୁଥିବା ଯୋଗୁଁ ଏହା ଏକ ଉଦାହରଣ ପାଲଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ କରୋନା ମୃତ୍ୟୁ ସଂଖ୍ୟାରେ ସର୍ବନିମ୍ନ ଥିବା ଦେଶ ଗୁଡିକ ମଧ୍ୟରେ ଭାରତ ରହିଛି । ଦୁଇ ଦିନ ଧରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

Comments are closed.