Odisha Link
Bridging the Missing Links in Odisha

ବେଲଗାମ ତେଲ ଦର, ୧୩ ଦିନରେ ବଢ଼ିଲାଣି ୭ଟଙ୍କା

ଭୁବନେଶ୍ବର: ଗୋଟିଏ ମହାମାରୀ କରୋନା ସଙ୍କଟ। ଆଉ ଅନ୍ୟପଟେ ଦେଶରେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବା ଜନସାଧାରଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। କ୍ରମାଗତ ୧୩ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଏହି ବର୍ଦ୍ଧିତ ଦର ସହ ଭୁବନେଶ୍ୱରରେ ପେଟ୍ରୋଲ ଦର ପଖାପାଖି ୮୦ ଟଙ୍କାରେ ପହଁଞ୍ଚିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଚ୍ଛା ୭୮ଟଙ୍କା ୯୧ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୭୫ ଟଙ୍କା ୨୭ ପଇସା ରହିଛି। ଏହାକୁ ମିଶାଇ ୧୩ ଦିନ ମଧ୍ୟରେ ପ୍ରାୟ ୭ଟଙ୍କା ବଢିଲାଣି ତେଲ ଦର।

ମୁମ୍ବାଇରେ ପେଟ୍ରାଲ ଦର ୮୪ ଟଙ୍କା ଛୁଇଁଥିବା ବେଳେ ଚେନ୍ନାଇରେ ଦର ୮୧ ଟଙ୍କା ଛୁଇଁଛି। ସେହିପରି ମୁ‌ମ୍ବାଇରେ ଡିଜେଲ ଦର ୭୪ ଟଙ୍କା ୯୩ ପଇସା ଥିବା ବେଳେ ଚେନ୍ନାଇରେ ଡିଜେଲ ଦର ୭୪ ଟଙ୍କା ୨୩ ପଇସା ରହିଛି।

ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢୁଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହେଉଥିବାରୁ ଏବେ ତୈଳ ଦର କ୍ରମାଗତ ବଢି ଚାଲିଛି। କରୋନା କଟକଣା ସମୟରେ କ୍ରମାଗତ ୮୨ ଦିନ ଧରି ତୈଳ କଂପାନୀ ଗୁଡିକ ତୈଳ ଦରରେ କୌଣସି ସଂଶୋଧନ କରିନଥିଲେ। ହେଲେ ଗତ ୬ ତାରିଖରୁ କ୍ରମାଗତ ଭାବେ ତୈଳ କଂପାନୀ ଗୁଡିକ ଦର ବଢାଇ ଚାଲିଛନ୍ତି। ସରକାର ଉତ୍ପାଦ ଶୁଳ୍କ ହ୍ରାସ ନକଲେ ତୈଳ ଦରରେ ହ୍ରାସ ଆସିବ ନାହିଁ ବୋଲି ବିଶେଷଜ୍ଞ ମାନେ ତାଙ୍କ ମତ ରଖିଛନ୍ତି।

Comments are closed.