Odisha Link
Bridging the Missing Links in Odisha

ମାସକରେ ୫୦ଥର ସିମ୍‌ ବଦଳାଇଥିଲେ ସୁଶାନ୍ତ: ଶେଖର ସୁମନ

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଅଭିନେତା ଶେଖର ସୁମନ। ​‌ବିହାରର ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୁମନ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ବିବେଚନା କରି ତଦନ୍ତକୁ ଶିଥିଳ କରିଦେବା ଉଚିତ ନୁହେଁ; ବରଂ ଏହି ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ।

ସୁମନ କହିଛନ୍ତି ଯେ ସୁଶାନ୍ତ ମୃତ୍ୟୁ ପୂର୍ବରୁ ଗୋଟିଏ ମାସରେ ମୋବାଇଲ ସିମ୍‌କୁ ୫୦ଥର ବଦଳାଇଥିଲେ। ଏହା ପଛରେ ଏକ ବଡ ରହସ୍ୟ ରହିଛି। ସୁଶାନ୍ତଙ୍କ ସୁଇସାଇଡ ନୋଟ ନମିଳିବା, ଘରର ଡୁପ୍ଲିକେଟ ଚାବି ଅଲଗାସ୍ଥାନରେ ରହିବା ଭଳି ଅନେକ ଘଟଣା ମୃତ୍ୟୁ ପଛରେ ରହସ୍ୟକୁ ସୂଚିତ କରୁଛି।

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ସୁମନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାକ୍ଷାତ କରିବାକୁ ଗଲାବେଳେ ତାଙ୍କୁ ଅନୁମତି ମିଳି ନ ଥିଲା। ଅନ୍ୟପଟେ ସୁଶାନ୍ତ ସିଂହଙ୍କ ଭିସାରା ନମୁନା ନେଗେଟିଭ୍ ରିପୋର୍ଟ ଆସିଛି। ସୁଶାନ୍ତଙ୍କୁ କୌଣସି ପ୍ରକାର ବିଷ କିମ୍ବା ରାସାୟନିକ ଦିଆଯାଇ ହତ୍ୟା କରାଯାଇଥିବା ଆଶଙ୍କାକୁ ଆଧାର କରି ତାଙ୍କର ଭିସାର ନମୁନା ପରୀକ୍ଷା ପାଇଁ ଦିଆଯାଇଥିଲା।

Comments are closed.