Odisha Link
Bridging the Missing Links in Odisha

PHOTO: ବଲିଉଡ୍‌ର ଅପ୍‌ସରା ଓଡ଼ିଆ ଝିଅ ଅଙ୍କିତା ମହାରଣା

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ହିନ୍ଦୀ ସିନେମା ଜଗତରେ ଜଣେ ନବାଗତା ଓଡ଼ିଆ ତରୁଣୀ ନିଜ ଅଭିନୟର ଯାଦୁ ଦେଖାଇବାକୁ ଯାଉଛନ୍ତି। ରାମ ଗୋପାଲ ବର୍ମାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରୀଲର୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓଡ଼ିଆ ଝିଅ ଅପ୍‌ସରା ରାଣୀ। ଏ ନେଇ ଗତକାଲି ଟୁଇଟ୍‌ ଯୋଗେ ଘୋଷଣା କରିଛନ୍ତି ରାମ ଗୋପାଳ।

ଓଡ଼ିଆ ଝିଅ ଅପ୍‌ସରାଙ୍କ ପ୍ରକୃତ ନାଁ ଅଙ୍କିତା ମହାରଣା। ତାଙ୍କ ନାମ ପରିବର୍ତ୍ତନ କରି ଅପ୍‌ସରା ରଖିଛନ୍ତି ନିଜେ ରାମ ଗୋପାଳ। ଅପ୍‌ସରା ଜଣେ ଦକ୍ଷ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ। ସେ ଡେରାଡୁନ୍‌ରେ ଜନ୍ମ ହୋଇଥିବା ବେଳେ ସଂପ୍ରତି ହାଇଦ୍ରାବାଦରେ ରହୁଛନ୍ତି। ପୂର୍ବରୁ ସେ ତେଲୁଗୁ ସିନେମା ଜଗତରେ ନିଜର ଅଭିନୟର ଝଲକ ଦେଖାଇ ସାରିଛନ୍ତି।

ତେଲୁଗୁ ଚଳଚ୍ଚିତ୍ର ଉଲାଲା ଉଲାଲା ଓ ଫୋର୍‌ ଲେଟର୍ସରେ ସେ ଅଭିନୟ କରି ରାମଗୋପାଲଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ରାମଗୋପଳଙ୍କ ‘ଥ୍ରୀଲର” ସିନେମାଟି ଆର୍‌ଜିଭି ଓ୍ବାର୍ଲ୍ଡ ଥିଏଟର୍‌ ପେ ପର୍‌ ଭ୍ୟୁ ଡିଜିଟାଲ ପ୍ଲାଟ୍‌ଫର୍ମରେ ପ୍ରଦର୍ଶିତ ହେବ।

 

Comments are closed.