Odisha Link
Bridging the Missing Links in Odisha

ଅମିତାଭ ବଚ୍ଚନଙ୍କୁ କରୋନା

ମୁମ୍ବାଇ: ଭାରତୀୟ ସିନେମା ଜଗତର ସୁପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ। ତାଙ୍କର କୋଭିଡ୍-୧୯ ନୁମନା ପରୀକ୍ଷଣ ରିପର୍ଟ ପଜିଟିଭ୍‌ ଆସିଛି ବୋଲି ଅମିତାଭ ନିଜେ ଟ୍ବିଟ୍‌ କରି ଜଣାଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ନାନାବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅମିତାଭଙ୍କ ପରିବାର ସଦସ୍ୟ ଓ କର୍ମଚାରୀଙ୍କର ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ଏଯାଏଁ ରିପୋର୍ଟ ଆସିନାହିଁ। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର କୋଭିଡ୍-୧୯ ପରୀକ୍ଷା କରାଇବାକୁ ଅନୁରୋଧ କରିଛନ୍ତି ଅମିତାଭ।

ଗତମାସରେ ଅମିତାଭଙ୍କୁ ‘ଗୁଲାବୋ ସିତାବୋ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ପ୍ରଥମେ ଥିଏଟର୍‌ରେ ମୁକ୍ତିଲାଭ ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ କରୋନା କଟକଣା କାରଣରୁ ସିନେମାଟି ଆମାଜନ୍‌ ପ୍ରାଇମ୍‌ ମାଧ୍ୟମରେ ଦର୍ଶକଙ୍କ ପାଖକୁ ଆସିଥିଲା।