Odisha Link
Bridging the Missing Links in Odisha

ରାଜସ୍ଥାନ: ଅଡିଓ ଟେପ୍‌ ମାମଲାର ତଦନ୍ତ କରିବ ଏସଆଇଟି, ବୁଧବାର ଶକ୍ତି ପରୀକ୍ଷା କରିପାରନ୍ତି ଗେହଲଟ୍!

ଜୟପୁର: ରାଜସ୍ଥାନରେ ରାଜନୀତିରେ ରାଜନୈତିକ ସଙ୍କଟ। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସପ୍ତାହକ ମଧ୍ୟରେ ବିଧାନସଭା ଅଧିବେଶନ ଡାକି ନିଜର ଶକ୍ତି ପରୀକ୍ଷା କରି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଶନିବାର ସନ୍ଧ୍ୟାରେ ରାଜ୍ୟପାଳ କଲରାଜ ମିଶ୍ରଙ୍କ ସହ ଆଲୋଚନା ବେଳେ ୧୦୩ ଜଣ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ତେବେ ରାଜ ଭବନ ତରଫରୁ ଏହାକୁ କେବଳ ଏକ ଆନୁଷ୍ଠାନିକ ସାକ୍ଷାତକାର ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଅଡିଓ ଟେପ୍ ମାମଲାର ତଦନ୍ତ ଓ ଗିରଫ ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍ (ଏସଆଇଟି) ଗଠନ କରାଯାଇଛି।

ସୂଚନାଥାଉକି, ଆସନ୍ତାକାଲି ସୋମବାର ଦିନ ରାଜସ୍ଥାନ ହାଇକୋର୍ଟ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତାକୁ ନେଇ ଶୁଣାଣି କରିବେ। ଏହାପୂର୍ବରୁ କୋର୍ଟ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ଉପରେ ଜାରି କରାଯାଇଥିବା ନୋଟିସ୍‌କୁ ସ୍ଥଗିତ ରଖିଥିଲେ। ଯଦି ସୋମବାର ବିଧାୟକଙ୍କ ନୋଟିସ ଉପରେ କୋର୍ଟ ନିଷ୍ପତ୍ତି ନିଅନ୍ତି, ତେବେ ବୁଧବାର ଦିନ ବିଧାନସଭା ଅଧିବେଶନ ଡକାଯାଇପାରିବ।

Comments are closed.