Odisha Link
Bridging the Missing Links in Odisha

ରାଜ୍ୟସଭା: ଶପଥ ନେଲେ ନବନିର୍ବାଚିତ ସଦସ୍ୟ, ଓଡ଼ିଶାରୁ ୪ ସାଂସଦ

ନୂଆଦିଲ୍ଲୀ: କରୋନା କାଳରେ ଆଜି ଶପଥ ଗ୍ରହଣ କରିଛନ୍ତି ନବନିର୍ବାଚିନ ରାଜ୍ୟସଭା ସାଂସଦ। ଆଜି ରାଜ୍ୟସଭାର ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ନିର୍ବାଚିତ ସଦସ୍ୟଙ୍କର ଶପଥ ପାଠ କରାଇଛନ୍ତି। ଆଜି ଶପଥ ନେଉଥିବା ସଦସ୍ୟଙ୍କ ମଧ୍ୟରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ଦିଗବିଜୟ ସିଂହ, ଶିବସେନାର ପ୍ରିୟଙ୍କା ଚର୍ତୁବେଦୀ ପ୍ରମୁଖ ଅଛନ୍ତି।

ଓଡ଼ିଶାରୁ ବିଜୁ ଜନତା ଦଳର ୪ ନୂଆ ନବ ନିର୍ବାଚିତ ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସାଂସଦ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ଶପଥ ନେଇଛନ୍ତି। କରୋନା ଦୃଷ୍ଟିରୁ ରାଜ୍ୟସଭା ଚ୍ୟାମ୍ବରରେ ସେମାନଙ୍କର ଶପଥ ଗ୍ରହଣ ଉତ୍ସବ ହୋଇଛି।

ରାଜ୍ୟସଭାକୁ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ବିଜେପିରୁ ୧୭, କଂଗ୍ରେସରୁ ୯, ବିଜେଡି ଓ ଓ୍ବାଇଏସ୍‌ଆରର ୪ଜଣ ଲେଖାଏଁ ହୋଇଥିବା ବେଳେ ଜେଡିୟୁରୁ ୩ ଜଣ। ସେହିପରି AIADMK ଏବଂ DMKରୁ ୩ଜଣ ଲେଖାଏଁ, ଏନସିପି, ଆରଜେଡି ଏବଂ ଟିଆରଏସରୁ ୨ ଜଣ ଲେଖାଏଁ ହୋିଥିବା ବେଳେ ଅବଶିଷ୍ଟ ଆସନଗୁଡିକ ଅନ୍ୟମାନେ ଜିତିଛନ୍ତି। ଏହି ସଦସ୍ୟମାନଙ୍କ ମଧ୍ୟରୁ ୪୩ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି, ଅବଶିଷ୍ଟ ସଦସ୍ୟମାନେ ପୁନର୍ବାର ରାଜ୍ୟସଭାକୁ ଫେରିଛନ୍ତି।

ଯେଉଁ ସଦସ୍ୟଗଣ କୌଣସି କାରଣରୁ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହୋଇ ନପାରିବେ ସେମାନଙ୍କୁ ଆଗାମୀ ମୌସୁମୀ ଅଧିବେଶନ କାଳରେ ଶପଥ ପାଠ ପାଇଁ ସୁଯୋଗ ମିଳିବ। ନବନିର୍ବାଚିତ ସାଂସଦ ଦିଲ୍ଲୀ ପହଞ୍ଚିବା ପରେ ରାଜ୍ୟସଭା ସଚିବାଳୟ ତରଫରୁ ସେମାନଙ୍କ ରହଣି ଓ ପରିବହନ ବନ୍ଦୋବସ୍ତ କରାଯାଇଛି।

Comments are closed.