Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ

ଭୋପାଳ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏବେ ଏହି ସଂକ୍ରମଣର କାୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ଶ୍ରୀ ଚୌହ୍ବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଶିବରାଜ ସିଂହ ନିଜର ସ୍ୱାବ ପରୀକ୍ଷା କରାଇଥିଲେ। ତେବେ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ତାଙ୍କ ସହ ମିଶିଥିବା ବ୍ୟକ୍ତିମାନେ ତୁରନ୍ତ ନିଜର କରୋନା ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ତାଙ୍କ ପରିବାରବର୍ଗଙ୍କ ମଧ୍ୟରୁ କାହାକୁ କରୋନା ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସେହିପରି ପ୍ରତିକାରାତ୍ମକ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିବା କେତେକ ସ୍ଥାନକୁ ସିଲ କରିଦିଆଯାଇଛି। ଏବେ ସାନିଟାଇଜେସନ ଜାରି ରହିଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରଦେଶରେ ୨୬୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେତେକ ମନ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କ୍ୟାବିନେଟ ବୈଠକରେ ଯୋଗଦେବା ପରେ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଫଳରେ ଅନେକ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇପାରନ୍ତି ବୋଲି କୁହାଯାଉଛି।

Comments are closed.