ରାଜସ୍ଥାନ ରାଜନୀତି: ସୁପ୍ରିମକୋର୍ଟରୁ ପିଟିଶନ ପ୍ରତ୍ୟାହର କଲେ ବାଚସ୍ପତି
ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ହଟଚମଟ ଜାରି ରହିଛି। ଲାଗି ରହିଥିବା ରାଜନୈତିକ ସଙ୍କଟରେ ଦିନକୁ ଦିନ ନୂଆ ମୋଡ଼ ଆସିବାରେ ଲାଗିଛି। ଆଜି ରାଜସ୍ଥାନ ରାଜନୀତିକୁ ନେଇ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ରାଜ୍ୟପାଳ କଲରାଜ ମିଶ୍ରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ରବିବାର ଦିନ ମୁଖ୍ୟମନ୍ତ୍ରୀ ବିଧାନସଭା ଅଧିବେଶନ ଡାକିବା ନେଇ ରାଜ୍ୟପାଳଙ୍କୁ ଏକ ନୂତନ ପ୍ରସ୍ତାବ ପଠାଇଥିଲେ। ହେଲେ ଏହାର ଫାଇଲ ସୋମବାର ରାଜ ଭବନ ପକ୍ଷରୁ ଫେରସ୍ତ କରାଯାଇଛି। ରାଜ୍ୟପାଳ ଦ୍ୱିତୀୟ ଥର ପାଇଁ
ଏପରି କରିଛନ୍ତି।
ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କ ଓକିଲ କପିଲ ସିବଲ ସୁପ୍ରିମକୋର୍ଟଙ୍କୁ ପିଟିଶନ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଛନ୍ତି। ସିବଲ କହିଛନ୍ତି ଯେ, ଏହି ମାମଲାର ଶୁଣାଣିର କିଛି ଆବଶ୍ୟକତା ନାହିଁ। ଏହାପରେ ପିଟିଶନ ପ୍ରତ୍ୟାହର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
Comments are closed.