Odisha Link
Bridging the Missing Links in Odisha

ଅଯୋଧ୍ୟା: ରାମ ଜନ୍ମଭୂମି ପୂଜାରୀଙ୍କ ସହିତ ୧୬ ପୁଲିସ୍‌ କର୍ମଚାରୀ କରୋନା ପଜିଟିଭ

ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ସମାରୋହ ପୂର୍ବରୁ ଆସିଲା ବଡ଼ ଖବର। ଅଗଷ୍ଟ ୫ରେ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନ ସମାରୋହ ପୂର୍ବରୁ ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସଙ୍କ ସମେତ ୧୬ ପୁଲିସ୍‌ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂଜାରୀ ପ୍ରଦୀପ ସେ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶିଷ୍ୟ। ଏଥିସହିତ ରାମ ଜନ୍ମଭୂମିର ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ୍‌ କର୍ମୀଙ୍କ ମଧ୍ୟରୁ ୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଉତ୍ତର ପ୍ରଦେଶ ସରକାରର ଚିନ୍ତାର କାରଣ ପାଲଟିଛି।

ସୂଚନାଥାଉକି, ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ସମାରୋହ ଅନୁଷ୍ଠିତ ହେବ। ଏପରିକି ପିଏମ୍‌ ମୋଦି ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ ହେବ ନିଷ୍ପତ୍ତି ଏନେଇ କିଛି ଖରବ ମିଳିନାହିଁ।

Comments are closed.