କରୋନା: ଚାଲିଗଲା ଆଉ ୮ ଜୀବନ, ମୋଟ ୧୭୭
ଭୁବନେଶ୍ବର: ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି। କ୍ରମାଗତ ଭାବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।
ଆଜି ମୃତ୍ୟୁବରଣ କରିଥିବା ୮ଜଣଙ୍କ ମଧ୍ୟରୁ ଗଞ୍ଜମାରୁ ସର୍ବାଧିକ ୪ ଜଣ ହୋଇଥିବା ବେଳେ ଗଜପତି, ଖୋର୍ଦ୍ଧା,ନୟାଗଡ଼ ଓ ସୁନ୍ଦରଗଡ଼ର ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
Regret to inform the demise of eight Covid positive patients while under treatment in hospitals.
1. An 81-year old male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) July 31, 2020
Comments are closed.