ଅମିତ ଶାହ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛି। ଏ ନେଇ ନିଜେ ଟୁଇଟ୍ କରି ଜଣାଇଛନ୍ତି ଶ୍ରୀ ଶାହ। ଗୁରୁଗ୍ରାମର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି।
ତାଙ୍କ ଠାରେ କରୋନା ଲକ୍ଷଣ ସନ୍ଦେହ ହେବାରୁ କୋଭିଡ୍-୧୯ ପରୀକ୍ଷଣ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है परन्तु डॉक्टर्स की सलाह पर अस्पताल में भर्ती हो रहा हूँ। मेरा अनुरोध है कि आप में से जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Amit Shah (@AmitShah) August 2, 2020
ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଂଗରୋଧରେ ରହିବା ସହ ନିଜର କରୋନା ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଶାହ।
ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାମ ମନ୍ଦିର ଶିଳାନ୍ୟାସ ଉତ୍ସବ ହେବାକୁ ଥିବା ବେଳେ ଶ୍ରୀ ଶାହଙ୍କୁ ନିମନ୍ତ୍ରଣ କରାଯାଇଥିଲା।
Comments are closed.