Odisha Link
Bridging the Missing Links in Odisha

ଆଜିଠୁ ଆରମ୍ଭ ମାଟ୍ରିକ୍‌ ଖାତା ରିଚେକିଂ ଆବେଦନ

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ଖାତା ରିଚେକିଂ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ଖାତାର ପୁନଃ ଯାଞ୍ଚ ଓ ଖାତାର ନକଲ କପି ପାଇଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ନିଜର ପରୀକ୍ଷା ଫଳ ନେଇ ପରୀକ୍ଷାର୍ଥୀଙ୍କ ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ଥିଲେ ସେମାନେ ଅନଲାଇନ୍‌ରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।

ଏଥି ସହିତ ନିର୍ଦ୍ଧାରିତ ଫି ଦାଖଲ କରି ପରୀକ୍ଷାର୍ଥୀ ଉତ୍ତର ଖାତାର ନକଲ କପି ପାଇ ପାରିବେ। ଆସନ୍ତା ୧୮ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି ଆବେଦନ ଜାରି ରହିବ। ତିନି ମାସ ମଧ୍ୟରେ ପ୍ରକ୍ରିୟା ଶେଷ କରି ବୋର୍ଡ କର୍ତ୍ତୃପକ୍ଷ। ସଂଶୋଧିତ ମାର୍କ ସିଟ୍ ଓ ସାର୍ଟିଫିକେଟ୍‌ ପ୍ରଦାନ କରିବେ। ଏଥିସହିତ www.bseodisha.ac.in ୱେବସାଇଟ୍‌ରେ ଆବେଦନ କରିହେବ।

ତେବେ ଜୁଲାଇ ୨୯ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା। ଚଳିତବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ଫେବୃଆରୀ ୧୯ ତାରିଖରୁ ମାର୍ଚ୍ଚ ୨ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Comments are closed.