ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ CAG
ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ରରେ ଚମକିଲେ ଓଡ଼ିଆ ପୁଅ। ଓଡ଼ିଆ ପୁଅଙ୍କ ହାତରେ ଦେଶର ଗୁରୁ ଦାୟିତ୍ବ। ଦେଶର ନୂଆ ସିଏଜି ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ। ଗତକାଲି ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆଜି ଦେଶର ସିଏଜି ଭାବେ ନିଯୁକ୍ତ କରାଯାଇଛି। ରାଜୀବ ମେହେର୍ଷିଙ୍କ ସ୍ଥାନରେ ଗିରୀଶଙ୍କୁ ନିଯୁକ୍ତ କରାଯାଇଛି।
ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଗିରୀଶ। ଗତବର୍ଷ ଅକ୍ଟୋବରରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ୍ ଗୀରିଶ ଚନ୍ଦ୍ର ମୁର୍ମୁଙ୍କ ଘର ମୟୁରଭଂଜ ଜିଲ୍ଲାରେ। ଗିରୀଶ ପୂର୍ବରୁ କେନ୍ଦ୍ରର ଅନେକ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।
Comments are closed.