Odisha Link
Bridging the Missing Links in Odisha

ସୁଶାନ୍ତ ସିଂ ମୃତ୍ୟୁ ମାମାଲା: ଇଡିରେ ହାଜର ହେଲେ ରିୟା, ପଚରାଉଚରା ଜାରି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ଅଧାଘଣ୍ଟାଏ ପୂର୍ବରୁ ଦିବଙ୍ଗତ ବଲିଉଡ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକବର୍ତ୍ତୀ ଇଡି କାର୍ଯ୍ୟାଳୟରେ ପହଁଞ୍ଚିଛନ୍ତି। ରିୟାଙ୍କୁ ମନି ଲାଣ୍ଡି୍ରଙ୍ଗ ମାମଲାରେ ପଚରାଉଚରା କରୁଛି ଇଡି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାର ଲୋକେ ଅନ୍ୟ ୫ ଜଣଙ୍କ ସହିତ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ସୁଶାନ୍ତଙ୍କ ଆକାଉଣ୍ଟରରୁ ୧୫ କୋଟି ଟଙ୍କା ରିୟା ଚକ୍ରବର୍ତ୍ତୀଙ୍କ ଆକାଉଣ୍ଟକୁ ଯାଇଥିବା ତଥା ସେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଇଡି ଏହି ୧୫ କୋଟି ଟଙ୍କା ଅଭିଯୋଗର ତଦନ୍ତ ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରି ରଖିଛି।

Comments are closed.