Odisha Link
Bridging the Missing Links in Odisha

ହୀରାକୁଦ: ଖୋଲିଲା ଆଉ ଏକ ଗେଟ୍

ସମ୍ବଲପୁର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ହେତୁ ଆଜି ଆଉ ଏକ ଗେଟ୍‌ ଖୋଲା ଯାଇଛି। ବର୍ତ୍ତମାନ ମୋଟ୍ ୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି।

ସୂଚନା ମୁତାବକ ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୮.୩୧ ଫୁଟ୍ ରହିଛି। ଅନ୍ୟପଟେ ଡ୍ୟାମ୍ ମଧ୍ୟକୁ ୧ଲକ୍ଷ ୪୮ ହଜାର ୧୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୨୦ ହଜାର ୭୯୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

Comments are closed.