ସୁଶାନ୍ତ ମୃତ୍ୟୁ ମାମଲା:ସୁପ୍ରିକୋର୍ଟରେ ପକ୍ଷ ରଖିଲେ ମହାରାଷ୍ଟ୍ର ସରକାର, CBI ତଦନ୍ତକୁ ବିରୋଧ
![](https://www.odishalink.com/wp-content/uploads/2020/06/Sushant.jpg)
ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି। ସିବିଆଇ ଓ ଇଡି ମିଳିତ ଭାବେ ଏହି ମାମଲାର ତଦନ୍ତ ଚଲାଇଛନ୍ତି। ମହାରାଷ୍ଟ୍ର ସରକାର ଆଜି ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି। ଏଥିସହିତ ସିବିଆଇ ତଦନ୍ତକୁ ବିରୋଧ କରିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ବନ୍ଦ ଲଫାପାରେ ସୁଶାନ୍ତ ସିଂ ମୃତ୍ୟୁ ମାମଲରା ତଦନ୍ତ ପ୍ରକ୍ରିୟାର ଅଗ୍ରଗତି ବିଷୟରେ ଦାଖଲ କରାଯାଇଛି।
ସୁପ୍ରିମ କୋର୍ଟରେ ମହାରାଷ୍ଟ୍ର ସରକାର ନିଜର ପକ୍ଷ ରଖିବା ସହିତ ବିହାର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି। ମହାରାଷ୍ଟ୍ର ସରକାର କହିଛନ୍ତି ଯେ, ଏହି ମୃତ୍ୟୁ ମାମଲାରେ ବିହାର ସରକାର ନିୟମ ବିରୋଦ୍ଧରେ କାର୍ଯ୍ୟ କରିଛନ୍ତି।ବିହାର ସରକାରଙ୍କର କେବଳ ଏଫ୍ଆଇଆର୍ ଦାୟର କରିବାର ଅଧିକାର ଥିଲା। ସେ ଏଫ୍ଆଇଆର୍ ଦାଖଲ କରି ଆମ ପାଖକୁ ପଠାଇବାର ଥିଲା। ହେଲେ ବିହାର ପୁଲିସ୍ ଏଫଆଇଆର ଦାୟର କରି ତଦନ୍ତ ପ୍ରକ୍ରିୟ ଆରମ୍ଭ କରିଦେଲେ ଯାହା ତାଙ୍କର କୌଣସି ଅଧିକାର ନାହିଁ ବୋଲି ସରାକାରଙ୍କ ପକ୍ଷରୁ କୁହାଯାଇଛି। ଯେତେବେଳେ ତଦନ୍ତ ପ୍ରକ୍ରିୟା ବେଆଇନ୍ ସେତେବେଳେ ବିହାର ସରକାର କିପରି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିପାରିବେ? ବୋଲି ପ୍ରଶ୍ନ କରିଛନ୍ତି ମହାରାଷ୍ଟ୍ର ସରକାର।
ଏଥିସହିତ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ସିବିଆଇ ତଦନ୍ତ ଯାଞ୍ଚକୁ ଅନୁମତି ଦେଇ ଭୁଲ କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସିବିଆଇ ତଦନ୍ତ ପାଇଁ ବିହାର ସରକାର ସୁପାରିଶ କରିବା ଠିକ୍ ନୁହେଁ। କେନ୍ଦ୍ର ସରକାର ବିହାର ସରକାରଙ୍କର ଅନଧିକୃତ ସୁପାରିଶକୁ ଗ୍ରହଣ କରିବା କେନ୍ଦ୍ର-ରାଜ୍ୟ ସମ୍ପର୍କର ସାମ୍ବିଧାନିକ ଶୃଙ୍ଖଳା ବିରୋଧ ବୋଲି ମହାରାଷ୍ଟ୍ର ସରକାର ପକ୍ଷରୁ କୁହାଯାଇଛି।
Comments are closed.