ଚାଷୀଙ୍କୁ ମୋଦିଙ୍କ ଉପହାର: କୃଷି କ୍ଷେତ୍ରର ବିକାଶ ପାଇଁ ୧ଲକ୍ଷ କୋଟି ଟଙ୍କାର ଆର୍ଥିକ ପାଣ୍ଠି
ନୂଆଦିଲ୍ଲୀ: ଆଜି ପିଏମ୍ ମୋଦି ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୃଷି କ୍ଷେତ୍ରର ବିକାଶ ପାଇଁ ୧ଲକ୍ଷ କୋଟି ଟଙ୍କାର ଏକ ଆର୍ଥିକ ପାଣ୍ଠିର ଆରମ୍ଭ କରିଛନ୍ତି। ଏଥିସହିତ ପିଏମ୍ କିଷାନ ଯୋଜନାର ୬ଷ୍ଠ କିସ୍ତି ଟଙ୍କା ପାଇଛନ୍ତି ଚାଷୀ। ଏହି ଯୋଜନାର ୬ଷ୍ଠ ପର୍ଯ୍ୟାୟରେ ୮.୫ କୋଟି ଚାଷୀଙ୍କୁ ୧୭ ହଜାର କୋଟି ଟଙ୍କା ଦିଆଯାଇଛି। ଏହି ସହାୟତ ରାଶିକୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। କରୋନାେ ବେଳେ ବି ଚାଷୀଙ୍କୁ ସହାୟତା କରିବୁ ବୋଲି ମୋଦି କହିଛନ୍ତି ।
ଆହୁରି ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶବାସୀଙ୍କୁ ବଳରାମ ଜୟନ୍ତୀ, ହାଲାଖତ ଏବଂ ଡାଉଙ୍କ ଜନ୍ମ ବାର୍ଷିକୀରେ ଶୁଭେଚ୍ଛା ଜଣାଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ। ଦେଶର ବିଭିନ୍ନ ରାଜ୍ୟର କୃଷକ, ସାଧାରଣ ଜନତା ଓ କୋର୍ପଟିଭ ମେମ୍ବର ମୋଦିଙ୍କ ସହ ଭିଡିଓ କନଫରନ୍ସିଂରେ କଥାବାର୍ତ୍ତା ହୋଇଥିଲେ।
Comments are closed.