କରୋନା: ୨୯ ଜିଲ୍ଲାରୁ ୧୫୨୮ ପଜିଟିଭ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଉଛି କରୋନା ସଂକ୍ରମଣ। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୧୫୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟାଙ୍କ ୪୭,୪୫୫ ଜଣରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୪୮ ଜଣ କ୍ବାରାଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୫୮୦ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ। ଆଜି ଓଡ଼ିଶାର ୨୯ ଟି ଜିଲ୍ଲାରୁ ୧୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୮, ବାଲେଶ୍ୱର ୪୩, ବରଗଡ଼ ୧୦, ଭଦ୍ରକ ୭୦, ବଲାଙ୍ଗୀର ୫୯, ବୌଦ୍ଧ ୭, କଟକ ୭୨ ,ଢେଙ୍କାନାଳ ୩୧, ଗଜପତି ୩୧, ଗଞ୍ଜାମ ୨୩୩, ଜଗତସିଂହପୁର ୨୨, ଯାଜପୁର ୩୩, ଝାରସୁଗୁଡା ୯, କଳାହାଣ୍ଡି ୩୧, କନ୍ଧମାଳ ୧୭, କେନ୍ଦ୍ରାପଡା ୧୭, କେନ୍ଦୁଝର ୫, ଖୋର୍ଦ୍ଧା ୨୧୮, କୋରାପୁଟ ୬୭, ମାଲକାନଗିରି ୩୮, ମୟୁରଭଞ୍ଜ ୨୨, ନବରଙ୍ଗପୁର ୨୩, ନୟାଗଡ଼ ୩୨,ନୂଆପଡା ୨, ପୁରୀ ୨୬, ରାୟଗଡା ୨୭, ସମ୍ବଲପୁର ୧୬୮ , ସୋନପୁର ୫ ସୁନ୍ଦରଗଡ ରୁ ୧୨୬ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭,୪୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫,୩୩୪ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୧ ହଜାର ୭୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Comments are closed.