Odisha Link
Bridging the Missing Links in Odisha

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌ରେ ଓଡ଼ିଆ ଭାଷା ଉପଲବ୍ଧ 

ଭୁବନେଶ୍ବର: ମାଇକ୍ରୋସଫ୍ଟ ପକ୍ଷରୁ ଓଡ଼ିଆଙ୍କ ପାଇଁ ଆସିଛି ଏକ ଖୁସି ଖବର। ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌ରେ ଉପଲବ୍ଧ ହେବ ଓଡ଼ିଆ ଭାଷା। ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ଯୋଡି ହେବା ନେଇ କମ୍ପାନୀ ପକ୍ଷରୁ ଟୁଇଟ୍‌ କରାଯାଇଛି। ମାଇକ୍ରୋସଫ୍ଟ ଅଫିସରେ ମଧ୍ୟ ଏହି ଅନୁବାଦ ସୁବିଧା ଉପଲବ୍ଧ ହେବ। ଅନ୍ୟ ଭାଷାରୁ ଓଡ଼ିଆ ଭାଷାକୁ ତାକ୍ରାଳିକ ଅନୁବାଦ ପାଇଁ ଏହା ଉପଯୋଗୀ ହେବ।

ୱିଣ୍ଡୋ, ଆଇଓଏସ, ଆଣ୍ଟ୍ରଏଡ ଓ ୱେବରେ ଅନୁବାଦକ ଆପ୍ କାମ କରିବ। ଘର, ଶ୍ରେଣୀ ଗୃହ ଓ ଅଫିସରେ ଏହି ଆପକୁ ବ୍ୟବହାର କରିହେବ। ଶ୍ରେଣୀଗୃହରେ ଅନ୍ୟ ଭାଷାର ପାଠପଢାକୁ ଓଡ଼ିଆ ଭାଷାରେ ଦେଖିପାରିବେ। ବଧିର ପିଲାଏ ମଧ୍ୟ ଶିକ୍ଷକଙ୍କ ବକ୍ତୃତାର ଓଡିଆ ଅନୁବାଦ ଦେଖିପାରିବେ। ଅନ୍ୟ ଭାଷା ଶିଖି ନଥିଲେ ବି ଓଡ଼ିଆଙ୍କ ପାଇଁ ବୁଝିବାର କୌଣସି ଅସୁବିଧା ନାହିଁ।

Comments are closed.