Odisha Link
Bridging the Missing Links in Odisha

ଡାବୁଗାଁ ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା, କହିଲେ ପ୍ରେରଣାଦାୟୀ !

ନବରଙ୍ଗପୁର: ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ନିଜର ନିଆରା ଶୈଳୀ ହେଉବା ବିଭିନ୍ନକାର୍ଯ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଶ୍ରୀ ରନ୍ଧାରୀଙ୍କୁ ପ୍ରଶଂସା କରିଛନ୍ତି ଭାରତର ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ। ସେ ନିଜ ଚାଷ ଜମିରେ କାମ କରି ପ୍ରଶଂସିତ ହୋଇଛନ୍ତି।

ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ ତାଙ୍କର ଟ୍ୱିଟ୍‍ ରେ ବିଧାୟକ ଶ୍ରୀ ରନ୍ଧାରୀ ପ୍ରତିବର୍ଷ ଦୁଇମାସ ଧାନ କ୍ଷେତରେ କାମ କରୁଥିବାରୁ ଉଚ୍ଚପ୍ରଶଂସା କରିବା ସହ ଏହା ପ୍ରେରଣାଦାୟୀ ବୋଲି ଉଲ୍ଲେଖ କରିଛନ୍ତି। ଶ୍ରୀ ରନ୍ଧାରୀ କହିଛନ୍ତି ଯେ ଯୁବକମାନେ କ୍ଷେତରେ କାମ କରିବାକୁ କୁଣ୍ଠା ପ୍ରକାଶ କରିବା ଅନୁଚିତ, ବୋଲି ଉଲ୍ଲେଖ କରିବା ସହ ଏସଂପର୍କରେ ସେ ଓଡିଆ, ହିନ୍ଦି ଓ ଇଂରାଜୀରେ ଟ୍ୱିଟରେ ଲେଖିଛନ୍ତି।

ବିଧାୟକ ଶ୍ରୀ ରନ୍ଧାରୀ ଲଗାତାର ଭାବେ ୩ଥର ବିଜୟୀ ହୋଇଥିବାବେଳେ ସେ ବିଭିନ୍ନ ସମୟରେ ଭିନ୍ନ ଢଙ୍ଗରେ ସମାଜସେବା କାମ କରିଆସୁଛନ୍ତି। ଯାହା ଫଳରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଛନ୍ତି। ତେବେ ତାଙ୍କୁ ଖୋଦ୍‍ ଉପରାଷ୍ଟ୍ରପତି ପ୍ରଶଂସା କରିବା ଘଟଣା ରାଜ୍ୟରେ ଆଲୋଚନାର ବିଷୟ ହୋଇଛି। ଏସଂପର୍କରେ ବିଧାୟକ ଶ୍ରୀ ରନ୍ଧାରୀଙ୍କର ପ୍ରତିକ୍ରିୟା ନେବାରୁ ସେ ଉପରାଷ୍ଟ୍ରପତିଙ୍କୁ କୃଞତା ଜଣାଇବାସହ ସେ ଜଣେ ଚାଷୀଘରର ପୁଅ, ଚାଷକାମ କରିବା ସହ ଲୋକଙ୍କର ସେବା କରିବାକୁ ଭଲ ପାଆନ୍ତି ବୋଲି କହିଛନ୍ତି।

Comments are closed.