Odisha Link
Bridging the Missing Links in Odisha

ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା: ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଆଜିଠାରୁ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଆଜି ସକାଳୁ ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ହେବା ସ୍ଥାନର ମାଟି ପରୀକ୍ଷା କରୁଛନ୍ତି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି।

ପ୍ରାଚୀନ ତଥା ପାରମ୍ପାରିକ ନିର୍ମାଣ ଶୈଳୀକୁ ଅନୁସରେ ଏହି ମନ୍ଦିରର ନିର୍ମାଣ କରାଯିବ। ଏଥିସହ ମନ୍ଦିରରକୁ ଭୂକମ୍ପ ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ରୂପେ ନିର୍ମାଣ କରାଯିବ। ମନ୍ଦିର ନିର୍ମାଣରେ ଲୁହା ବ୍ୟବହାର କରାଯିବ ନାହିଁ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ନିର୍ମାଣ ପାଇଁ ତମ୍ବା ପ୍ଲେଟଗୁଡିକ ସହିତ ପଥର ଖଣ୍ଡଗୁଡ଼ିକୁ ଯୋଡ଼ିବା ପାଇଁ ବ୍ୟବହୃତ ହେବ। ପ୍ଲେଟଗୁଡିକ ୧୮ ଇଞ୍ଚ ଲମ୍ବ, ୩୦ ମିମି ଚଉଡା ଏବଂ ୩ ମିମି ଗଭୀରତାରେ ଲାଗିବ। ସଂପୂର୍ଣ୍ଣ ମନ୍ଦି ନିର୍ମାଣରେ ଏହିପରି ୧୦,୦୦୦ ପ୍ଲେଟ ଆବଶ୍ୟକ ହେବ। ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ଏଭଳି ତମ୍ବା ପ୍ଲେଟ ଦାନ କରିବାକୁ ଶ୍ରୀରାମ ଭକ୍ତମାନେ ଆଗ୍ରହର ସହ ଆଗେଇ ଆସିଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ଗସ୍ତରେ ଯାଇ ଶ୍ରୀରାମ ମନ୍ଦିରର ଭୂମିପୂଜନ କରିଥିଲେ।

Comments are closed.