Odisha Link
Bridging the Missing Links in Odisha

କରୋନା: ଦେଶରେ ଦିନକରେ ୬୯,୮୭୮ ଆକ୍ରାନ୍ତ, ୯୪୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୬୯ ହଜାର ୮୭୮କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ହଜାର୭୦୧ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ଭିତରେ କରୋନା କରୋନା ଆକ୍ରାନ୍ତରେ ୯୪୫ ଜଣ ମୁତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୫ ହଜାର ୭୯୪ରେ ପହଁଞ୍ଚିଛି। ଭାରତରେ ୬ଲକ୍ଷ ୯୭ ହଜାର ୩୩୦ ଜଣ ସକ୍ରିୟ ରୋଗୀ ଥିବାବେଳେ ୨୨ ଲକ୍ଷ ୨୨ ହଜାର ୫୭୭ ଜଣ ସୁସ୍ଥ ହୋଇଛନ୍ତି।

Comments are closed.