Odisha Link
Bridging the Missing Links in Odisha

ପୁଲଓ୍ବାମା ଆକ୍ରମଣ: ୧୩,୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା NIA

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା(NIA) ଆଜି ୨୦୧୯ ମସିହା ଫେବୃ୍ଆରୀ ୧୪ରେ ହୋଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଏକ ଚାର୍ଜସିଟ୍‌ ଦାଖଲ କରିଛି। ଆଜି ଜମ୍ମୁର ସ୍ବତନ୍ତ୍ର NIA କୋର୍ଟରେ ୧୩,୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି NIA। NIA ଚାର୍ଜସିଟରେ ୧୯ ଜଣଙ୍କ ନାମ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏହି ଅଭିଯୁକ୍ତ ତାଲିକାରେ ଜୈଶ-ଏ-ମହମ୍ମଦ ନେତା ମୌଲାନା ମାସୁଦ ଅଜହର ମଧ୍ୟ ସାମିଲ ଅଛି। ଏଥିସହିତ ମାସୁଦର ଭାଇ ଅବଦୁଲ ରୌଫ, ଅମର ଅଲଭି ମଧ୍ୟ ଅଭିଯୁକ୍ତ ଭାବେ ନାମ ସାମିଲ ରହିଛି। ସୂଚନାଥାଉକି, ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଶରେ ସିଆରପିଏଫର ୪୦ ଜଣ ଯବାନ ଶହୀଦ ହୋଇଥିଲେ।

ଏହି ଆତଙ୍କୀ ଆକ୍ରମଣରେ ବ୍ୟବହାର ହୋଇଥିବା ୨୦ କିଲୋ ଆରଡିଏକ୍ସ ପାକିସ୍ତାନରୁ ଅଣାଯାଇଥିବା NIA ଯାଞ୍ଚରୁ ଜାଣିବାକୁ ପାଇଛି। NIA ଚାର୍ଜସିଟରେ ଦର୍ଶାଯାଇଛି ଯେ ଆରଡିଏକ୍ସ ଏବଂ ଅନ୍ୟ ବିସ୍ଫୋରକ ଆତଙ୍କବାଦୀମାନେ ନିଜ ପିଠିରେ ବୋହି ପାକିସ୍ତାନରୁ ଆଣିଥିଲେ। NIA କୁ ଏହାର ଭିଡିଓ ପ୍ରମାଣ ମଧ୍ୟ ମିଳିଥିବା ସୂଚନା ରହିଛି। ଆତଙ୍କୀ ହମଲାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଅଭିଯୁକ୍ତ ତାଲିକାରେ ପ୍ରକାଶ ପାଇଛି। ଏଥିସହିତ ପୁଲଓ୍ବାମା ଆକ୍ରମଣରେ ବ୍ୟବହୃତ ହୋଇଥିବା କାର ଫୋଟ ମଧ୍ୟ ସାମ୍ନାକୁ ଆସିଛି।

Comments are closed.