Odisha Link
Bridging the Missing Links in Odisha

ସର୍ବକନିଷ୍ଠା ସ୍କୁବା ଡାଇଭର ହେଲେ ସମ୍ବଲପୁରର ଝିଅ

ସମ୍ବଲପୁର : ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର ହେବା ଗୌରବ ଅର୍ଜନ କରିଛନ୍ତି ସମ୍ବଲପୁରର ଝିଅ ତିଷ୍ୟା। ପୂର୍ବତନ ସାଂସଦ ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନାତୁଣୀ ତଥା ଦୁବାଇରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ପ୍ରିୟଦର୍ଶୀ ପାଣିଗ୍ରାହୀଙ୍କ ଝିଅ ତିଷ୍ୟା ୟୁନାଇଟେଡ଼ ଆରବ ଏମିରେଟସ୍‌ (ୟୁଏଇ)ର ଓମାନ ଉପସାଗରରେ ୩୩ ଫୁଟ ଗଭୀରକୁ ସ୍କୁବା ଡାଇଭ କରିଛନ୍ତି।

ସେ ଦୁବାଇର ରାଫେଲ୍ସ ୱାର୍ଲ୍‌ଡ ଏକାଡେମୀ ସ୍କୁଲରେ ପଢୁଥିବା ୧୦ ବର୍ଷ ବୟସ୍କା ତିଷ୍ୟା ପେଷାଦାର ଡାଇଭିଂ ପ୍ରଶିକ୍ଷକ ସଂଘ ଦ୍ୱାରା ହୋଇଥିବା ଏହି ସ୍କୁବା ଡାଇଭିଂ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଶ୍ରେଣୀ ଶିକ୍ଷା ଓ ପ୍ରାକ୍ଟିକାଲ ପରେ ଆରବ ମହାସାଗରର ଓମାନ ଉପସାଗର ସମୁଦ୍ରରେ ହୋଇଥିବା ପରୀକ୍ଷା ଦେଇଥିଲେ।

Comments are closed.