Odisha Link
Bridging the Missing Links in Odisha

ବନ୍ୟାଜଳରୁ ଉଦ୍ଧାର ହେଲା ୨ ମୃତଦେହ

ଭଦ୍ରକ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବନ୍ୟା ସୃଷ୍ଟି ହୋଇଛି। ଭଣ୍ଡାରିପୋଖରୀ ବ୍ଲକରୁ ଜଣେ ଓ ଧାମନଗର ବ୍ଲକରୁ ଜଣେ ବନ୍ୟା ଜଳରେ ଭାସି ନିଖୋଜ ହୋଇଯାଇଥିଲେ। ଧାମନଗର ବ୍ଲକର ଖଡିପଦା ପଞ୍ଚାୟତର ଦକ୍ଷିଣ କୁରୁଆରେ ଶୁକ୍ରବାର ବନ୍ୟା ଜଳରେ ସାଙ୍ଗଙ୍କ ସହ ଭାସି ଯାଇଥିଲେ ଯୁବକ। ଦୁଇ ସାଙ୍ଗଙ୍କୁ ଗଛରୁ ଉଦ୍ଧାର କଲା ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ନିଖୋଜ ଯୁବକଙ୍କ ନାଁ ହେମନ୍ତ ଜେନା । ଆଜି ଉଦ୍ଧାର ହେଲା ମୃତଦେହ । ଘଟଣାସ୍ଥଳର ୧୦ ମିଟର ଦୂରରୁ ମୃତଦେହ ମିଳିଥିବା ସୂଚନା ମିଳିଛି ।

ଭଣ୍ଡାରିପୋଖରୀ ବ୍ଲକର ସନ୍ଦୀପ ରାଉତ ବନ୍ୟା ଜଳରେ ଭାସିଯାଇଥିଲେ। ବରହନୁଆପଡା ଗାଁରେ ୩ ସାଙ୍ଗଙ୍କ ସହ ଯିବାବେଳେ ସେ ଭାସିଯାଇଥିଲେ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ସନ୍ଦୀପ ନିଖୋଜ ଥିଲେ । ଆଜି ଏନଡିଆରଏଫ ଟିମ୍ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି ।

Comments are closed.