Odisha Link
Bridging the Missing Links in Odisha

ହୀରାକୁଦ: ଆଉ ୮ଟି ଗେଟ୍ ବନ୍ଦ, ୨୪ଟି ଗେଟ୍ ଦେଇ ଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଫଳରେ ମଙ୍ଗଳବାର ୨ଟି ପର୍ଯ୍ୟାୟରେ ୮ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୨୪ଟି ଗେଟ୍ ଦେଇ ଜଳ ନଷ୍କାସନ ହେଉଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ହୀରାକୁଦ ଜଳ ଭଣ୍ଡାରର ବାମ ପାଖରେ ୧୫ଟି ଓ ଡାହଣ ପଟରେ ୯ଟି ଗେଟ୍ ଏବେ ଖୋଲା ରହିଛି।

ହୀରାକୁଦର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୨୫.୯୧ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩ ଲକ୍ଷ ୬୨ ହଜାର ୮୮୪ ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ନିଷ୍କାସିତ ହେଉଛି ୫ଲକ୍ଷ ୨ ହଜାର ୮୬୧ ଘନଫୁଟ ଜଳ। କଟକ ମୁଣ୍ଡଳିରେ ୧୦ ଲକ୍ଷ ୨ ହଜାର ୮୨୩ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।

ସୂଚନାଯୋଗ୍ୟ, ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଥିଲା। ଫଳରେ ଡ୍ୟାମର ୪୬ଟି ଗେଟ୍ ଖୋଲା ଯାଇଥିଲା ଏବେ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଡ୍ୟାମ୍ ଗେଟ୍‌ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ବନ୍ଦ କରାଯାଉଛି। ତେବେ ଜଳ ପ୍ରବାହ କମିଲେ ପର୍ଯ୍ୟାୟ କ୍ରମେ ଆହୁରି ଗେଟ ବନ୍ଦ ହେବାର ସମ୍ଭାବନା ରହିଛି।

Comments are closed.