Odisha Link
Bridging the Missing Links in Odisha

ବନ୍ୟାଞ୍ଚଳ ତଦାରଖ ପାଇଁ ଏଆଇସିସି କମିଟି ଗଠିତ

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖାଦେଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ବନ୍ୟା କାରଣରୁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇ ଥିବା ବେଳେ ବହୁ କଚ୍ଚା ଘର ଭାଙ୍ଗି ଯାଇଛି। ଚାଷୀମାନଙ୍କ ବର୍ଷକର ବହନ ପାଣିରେ ଭାସିଯାଇଛି। ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।ଏସବୁ ନଜରରେ ରଖି ଓଡ଼ିଶାରେ ବନ୍ୟା ମୁକାବିଲା ଓ ତଦାରଖ ନେଇ ଏଆଇସିସି ପକ୍ଷରୁ ଏକ କମିଟି ଗଠନ କରାଯାଇଛି।

ଏହି କମିଟିରେ ୯ ଜଣ ସଦସ୍ୟ ରହିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ୭ ଦିନ ଭିତରେ କମିଟିକୁ ଓଡ଼ିଶାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ବ୍ୟାପାର ଏଆଇସିସି ମୁଖ୍ୟ ଓ ପିସିସି ସଭାପତିଙ୍କୁ ଏହି ରିପୋର୍ଟ ଦେବାକୁ କୁହାଯାଇଛି।

Comments are closed.