Odisha Link
Bridging the Missing Links in Odisha

ଜେଇ ଓ ନିଟ୍ ପରୀକ୍ଷାକୁ ସବୁଜ ସଙ୍କେତ, ୬ ରାଜ୍ୟର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ଜେଇ ଓ ନିଟ୍ ପରୀକ୍ଷା ବିଳମ୍ବ ନେଇ ଦାୟର ହୋଇଥିବା ମାମଲାରୁ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି ଜେଇ ଓ ନିଟ୍ ପରୀକ୍ଷାକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ। ଠିକ୍‌ ସମୟରେ ଜେଇ ଓ ନିଟ୍ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଦେଶର ୬ଟି ରାଜ୍ୟ ସୁପ୍ରିମକୋର୍ଟରେ ଏହି ଅପିଲ୍‌ କରିଥିଲେ। ଯେଉଁଥିରେ ସେପ୍ଟେମ୍ବରରେ ହେବାକୁ ଥିବାଜେଇ ଓ ନିଟ୍ ପରୀକ୍ଷା ତାରିଖକୁ ସୁପ୍ରିମକୋର୍ଟ ଆଉ ଥରେ ପୁନଃବିଚାର ଏବଂ ସମୀକ୍ଷା କରନ୍ତୁ ବୋଲି ଅପିଲ୍‌ କରାଯାଇଥିଲା। ଏହି ରାଜ୍ୟ ଗୁଡିକ ହେଲେ ପଞ୍ଜାବ, ଝାରଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ ଓ ମହାରାଷ୍ଟ୍ର ରହିଛନ୍ତି ।

ଜେଇ ଓ ନିଟ୍ ପରୀକ୍ଷା ସଂପର୍କୀତ ମାମଲାର ଶୁଣାଣି ତିନିଜଣିଆ ଖଣ୍ଡପୀଠ କରିଥିଲେ। ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କ ବେଞ୍ଚ ମାମଲାରୁ ଶୁଣାଣି ଜେଇ ଓ ନିଟ୍ ପରୀକ୍ଷାର ପୁନର୍ବିଚାର ପାଇଁ ୬ଟି ରାଜ୍ୟର ଆବେଦନକୁ ଖାରଜ କରିଛନ୍ତି।

Comments are closed.