Odisha Link
Bridging the Missing Links in Odisha

ଅନୁଭବ ଓ ବର୍ଷା: କାହା ପିଟିସନ୍‌ରେ କ’ଣ ଅଛି, ପଢ଼ନ୍ତୁ

ଭୁବନେଶ୍ବର: ବିଗତ ଦୁଇଦିନ ହେଲା ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। ପାରିବାରିକ ହିଂସା ନିରୋଧ ଆଇନ ଆଧାରରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷା ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ଅନୁଭବ ବି ପିଟିସନ୍‌ ଦାଖଲ କରିଛନ୍ତି। ନିଜ ନିଜ ନିଜ ପିଟିସନ୍‌ରେ ଉଭୟେ ଉଭୟଙ୍କ ଠାରୁ ଛାଡ଼ପତ୍ର ଦାବି କରିଛନ୍ତି। ତେବେ କାହା ପିଟିସନ୍‌ରେ କ’ଣ ଅଭିଯୋଗ ରହିଛି ପଢ଼ନ୍ତୁ।

ବର୍ଷା ପ୍ରିୟଦର୍ଶିନୀ

ନିଜର ଆଠପୃଷ୍ଠା ସମ୍ବଳିତ ନିଜର ଅଭିଯୋଗ ପତ୍ରରେ ବର୍ଷା ସ୍ବାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

  • ୨୦୧୪ ଫେବ୍ରୁଆରୀ ୮ ତାରିଖରେ ସେମାନଙ୍କର ବିବାହ ହୋଇଥିଲା।
  • ଜିଦ୍‌ କରି ଅନୁଭବ ବର୍ଷାଙ୍କୁ ବିବାହ କରିଥିଲେ। ବିବାହ ପାଇଁ ବର୍ଷା ରାଜି ନ ହେଲେ ଅନୁଭବ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ବର୍ଷାଙ୍କୁ ପାଇବା ପାଇଁ ଛୁରୀରେ ହାତ, ଛାତି କାଟି ରକ୍ତ ବୁହାଉଥିଲେ ଅନୁଭବ।
  • ଅନୁଭବଙ୍କ ପାଗଳାମୀ ଦେଖି ବର୍ଷାଙ୍କ ମା’ ବିବାହ ପାଇଁ ଅନୁମତି ଦେଇଥିଲେ। ବାହାଘରରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବର୍ଷା।
  • ବିବାହ ପରେ ଚଳଚ୍ଚିତ୍ର ଅଭିନୟ ବାବଦରେ ବର୍ଷାଙ୍କର ପ୍ରାପ୍ୟ ଅନୁଭବ ନେଇ ଯାଉଥିଲେ।
  • ପରେ ଅନୁଭବଙ୍କର ବର୍ଷାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା।
  • ଅନୁଭବ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ଚଳଚ୍ଚିତ୍ର ଜଗତର ବହୁ ନାରୀଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି ଓ ଏଥିରେ ତାଙ୍କ ପରିବାରର ସମର୍ଥନ ଅଛି।
  • ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ। ମଦ ପିଇ ସେ ହିତାହିତ ଜ୍ଞାନ ଭୁଲିଯାଆନ୍ତି। ଏପରିକି ସେ ବର୍ଷାଙ୍କ ଉପସ୍ଥିତିରେ ସାଙ୍ଗମାନଙ୍କ ସହ ନିଜ ଶୋଇବା ଘରେ ମଦ ପିଅନ୍ତି।
  • ମଦ ପିଇବାକୁ ବିରୋଧ କଲେ ଅନୁଭବ ବର୍ଷାଙ୍କୁ ହାତରେ ଓ ବାଡ଼ିରେ ମାଡ଼ ମାରନ୍ତି।
  • ପରିବାରର ସମ୍ମାନକୁ ଦୃଷ୍ଟିଦେଇ ବର୍ଷା ଏଯାଏଁ ଚୁପ୍‌ ଥିଲେ।
  • ପିଲାଛୁଆ ପାଇଁ ବର୍ଷା ସବୁବେଳେ ଚାହୁଁଥିଲେ ବି ଅନୁଭବ ଏହାକୁ ଏଡ଼ାଇ ଯାଆନ୍ତି। ରାତି ତମାମ୍‌ ମଦ ପିଉଥିବାରୁ ବର୍ଷାଙ୍କକଥାକୁ ଗୁରୁତ୍ବ ଦିଅନ୍ତିନାହିଁ।
  • ବର୍ଷାଙ୍କ ମା’ ଓ ଦୁଇ ଭଉଣୀ ଅନେକ ବାର ଏହାର ସମାଧାନ ଉଦ୍ୟମ କରି ବିଫଳ ହୋଇଛନ୍ତି।
  • ଲକ୍‌ଡାଉନ୍‌ ଠିକ ପୂର୍ବରୁ ବର୍ଷାଙ୍କୁ ନ ନେଇ ଅନୁଭବ ଦିଲ୍ଲୀ ପଳାଇଥିଲେ। ଶାଶୁଘର ଲୋକ ସମସ୍ତେ ଦିଲ୍ଲୀରେ ଥିବା ବେଳେ ଲକ୍‌ଡାଉନ୍‌ ବେଳେ ବର୍ଷା କଟକ ଘରେ ଏକା ରହିଥିଲେ। ଏକୁଟିଆ ଥିଲେ ବି ଘରଚଳିବା ପାଇଁ ଅନୁଭବ କିଛି ବି ଦେଇ ନଥିଲେ।
  • ମେ’ ୨୫ରେ ଦିଲ୍ଲୀରୁ ଫେରି ଅନୁଭବ ତାଙ୍କୁ ପ୍ରଚୁର ଗାଳି କରିଥିଲେ।
  • ଜୁନ୍‌ ୭ରେ ଅତ୍ୟାଚାରର ସବୁ ସୀମା ଟପିଯାଇଥିଲା। ଅନୁଭବ ଓ ତାଙ୍କ ବାପା ବର୍ଷାଙ୍କୁ ଖରାପ ଭାଷାରେ ଦୁଇଘଣ୍ଟା ଯାଏଁ ଗାଲିଗୁଲଜ କରିଥିଲେ।
  • ଜୁନ୍‌ ୧୧ରେ ଛାଡ଼ପତ୍ର ପାଇଁ ବର୍ଷାଙ୍କୁ ସେମାନେ ବାଧ୍ୟ କରିଥିଲେ। ଛାଡ଼ପତ୍ର ପାଇଁ ରାଜି ନ ହେଲେ ପରିଣାମ ଭୋଗିବ ବୋଲି ଧକଦେଇଥିଲେ।
  • ଅନୁଭବଙ୍କ ଠାରୁ ୧୫ କୋଟି ଟଙ୍କାର କ୍ଷତିପୂରଣ ମାଗିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ପ୍ରତିପକ୍ଷଙ୍କୁ କ୍ଷତିପୂରଣ ଓ ଭରଣପୋଷଣ ଭରିବା ଲାଗି ନିର୍ଦ୍ଦେଶ ଦେବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।
  • ରହିବାକୁ ଘରେ ଭାଗ ଦେବା କିମ୍ବା ଘରଭଡ଼ା ବହନ କରିବାକୁ ବର୍ଷା ଦାବି କରିଛନ୍ତି। ଘରଭଡ଼ା ପାଇଁ ମାସିକ ୨୦ ହଜାର ଟଙ୍କା ଓ ଚଳିବାକୁ ୫୦ ହଜାର ଟଙ୍କା ମାଗିଛନ୍ତି ସେ।

ଅନୁଭବ ମହାନ୍ତି

ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଆଜି ପିଟିସନ୍‌ ଦାଖଲ କରିଛନ୍ତି ଅନୁଭବ। ୪୭ ପୃଷ୍ଠାର ଏହି ଛାଡ଼ପତ୍ର ପିଟିସନ୍‌ରେ ସେ ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

  • ବିବାହ ଦିନ ଠାରୁ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ଥିଲେ ବର୍ଷା। ଏଥିପାଇଁ ବର୍ଷା ୩-୪ ମାସ ସମୟ ମାଗିଥିଲେ ଓ ଅନୁଭବ ଏଥିରେ ରାଜି ହୋଇଥିଲେ।
  • ଶାରୀରିକ ସମ୍ପର୍କ ରହୁ ନ ଥିବାରୁ ଅନୁଭବ ସୁଖୀ ନ ଥିଲେ।
  • ଅନୁଭବ ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲେ।
  • ଦିଲ୍ଲୀରେ ମଧ୍ୟ ବର୍ଷାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଅନୁଭବ। ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲେ।
  • କଟକ ଆସି ବର୍ଷା ଖୁସି ଥିଲେ। କଟକ ଫେରିଲେ ଆମେ ଶାରୀରିକ ସମ୍ପର୍କ ରଖିବା ବୋଲି ବର୍ଷା କହିଥିଲେ। କିନ୍ତୁ ବର୍ଷା ସମ୍ପର୍କ ନ ରଖି ପୁଣି ୭-୮ ମାସ ସମୟ ମାଗିଥିଲେ।
  • ବର୍ଷା କେବେ ବି ଅନୁଭବଙ୍କୁ ବୈବାହିକ ଆନନ୍ଦ ଦେଇନାହାନ୍ତି।
  • ବର୍ଷା ସବୁବେଳେ ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ।
  • ଶାଶୁଘରେ ନ ରହି ବର୍ଷା ଅଧିକାଂଶ ସମୟ ବାପଘରେ ରହୁଥିଲେ। ଏପରିକି ସେ ଶାଶୁଘରର ଖାଦ୍ୟ ପସନ୍ଦ କରୁ ନ ଥିଲେ ବୋଲି ଅନୁଭବ ଲେଖିଛନ୍ତି। ସେ ଶାଶୁଘର ଲୋକଙ୍କ ସହ ମିଶୁ ନ ଥିଲେ ଓ ସବୁବେଳେ ବାପଘର ଯିବାକୁ ବାହାନା କରୁଥିଲେ।
  • ଅନୁଭବଙ୍କର ଅନ୍ୟ ଅଭିନେତ୍ରୀଙ୍କ ସହ ସମ୍ପର୍କ ଅଛି ବୋଲି ବର୍ଷା ମିଥ୍ୟା ଅଭିଯୋଗ କରୁଥିଲେ। ମିଥ୍ୟା କେସ୍‌ରେ ଅନୁଭବଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ବର୍ଷା ଧମକ ଦେଉଥିଲେ।
  • ବାପଘର ଲୋକଙ୍କ ଆଗରେ ବର୍ଷା ଅନୁଭବଙ୍କୁ ଅପମାନିତ କରୁଥିଲେ।
  • ବର୍ଷା ତାଙ୍କୁ ସବୁବେଳେ ଅତ୍ୟଧିକ ମାନସିକ ଚାପରେ ରଖୁଥିଲେ। ବାଧ୍ୟହୋଇ ବର୍ଷାଙ୍କୁ ତାଙ୍କ ଇଚ୍ଛାରେ ବଞ୍ଚିବାକୁ ଛାଡ଼ି ଦେଇଥିଲେ ଅନୁଭବ।
  • ଜଣେ ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି।
  • ମୁଁ ବର୍ଷାଙ୍କ ସହ ଆଉ ରହିବାକୁ ଚାହୁଁନାହିଁ। ୨୦୧୯ ମେ’ ୧ ତାରିଖ ଠାରୁ ଆମେ ଦୁହେଁ ଅଲଗା ରହି ଆସୁଛୁ।

Comments are closed.