Odisha Link
Bridging the Missing Links in Odisha

ମହିଳାଙ୍କଠାରୁ ୫ ଲକ୍ଷ ଝାମ୍ଫିନେଲେ ଦୁର୍ବୃତ୍ତ

ଭୁବନେଶ୍ବର: ଦିନ ଦି ପହରେ ଲୁଟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରର ଫୁଲନଖରା ନିକଟ ତ୍ରିନାଥ ବଜାର ଛକ ନିକଟରେ। ଜଣେ ମହିଳାଙ୍କ ସ୍କୁଟିରୁ ବ୍ୟାଗ ସହ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ମହିଳା ଜଣଙ୍କ ପାହାଳ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ସ୍କୁଟି ରଖି ମହିଳା ଜଣଙ୍କ ଆଉ ଜଣଙ୍କ ସହିତ କଥା ହେଉଥିବା ବେଳେ ପଛରୁ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଧରି ପଳାଥିଲେ ଦୁର୍ବୃତ୍ତ। ଏହି ଘଟଣାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Comments are closed.