Odisha Link
Bridging the Missing Links in Odisha

ଚାଉଳ ପାଇଁ ଯାଇଥିବା ସ୍ତ୍ରୀକୁ ମାଡ଼ ମାରିଲା ସ୍ବାମୀ

ଭଦ୍ରକ: ଚାଉଳ ଆଣିବା ପାଇଁ ଯିବା ବେଳେ ସ୍ତ୍ରୀ ଙ୍କୁ ମାଡ଼ ମାରିଲା ସ୍ୱାମୀ। ସ୍ତ୍ରୀ ଗୁରୁତର ଅବସ୍ଥାରେ ରେ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ସ୍ୱାମୀ ଫେରାର ହୋଇଯାଇଛନ୍ତି। ଥାନା ରେ ଲିଖିତ ଏତଲା ମଧ୍ୟ ହୋଇଛି। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ସାବରଙ୍ଗ ଫାଣ୍ଡି ଅଧିନସ୍ଥ ବରହମପୁର ଗାଁ ରେ ଦେଖିବାକୁ ମିଳିଛି।

ପ୍ରକାଶ ଯେ, ୨୦୧୨ ମସିହାରେ କନକଲତା ସାହୁ ଇଚ୍ଛାପୁର ଗାଁ ର ଉମାକାନ୍ତ ସାହୁ ଙ୍କୁ ବିବାହ କରିଥିଲେ। ତାଙ୍କ ର ଏକ ପୁଅ ହୋଇଥିବା ବେଳେ ଯୌତୁକ ଜନିତ ନିର୍ଯାତନା ଦେଉଥିଲେ ସ୍ୱାମୀ। ଏନେଇ ପୂର୍ବରୁ ଥାନା ର ଦ୍ୱାରସ୍ଥ ହୋଇଥିଲେ କନକଲତା। ୨୦୧୬ ମସିହା ରୁ ପୁଅ ସହ ବାପା ଙ୍କୁ ଘରେ ରହୁଥିବା ବେଳେ। ନିଜ ନାମ ରେ ରାସନ କାର୍ଡ ଥିବାରୁ ସେ ଚାଉଳ ନେବାକୁ ଆସିଥିଲେ। ଚାଉଳ ମିଳିବା ରେ ବିଳମ୍ବ ହେବାରୁ ନିକଟ ରେ ଥିବା ସମ୍ପର୍କୀୟ ଙ୍କ ଘରକୁ ଯିବା ବେଳେ ରାସ୍ତା ରେ ସ୍ୱାମୀ ଉମାକାନ୍ତ ତାଙ୍କୁ ଦେଖିଥିଲେ। ଯୁକ୍ତିତର୍କ ରୁ ମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। କନକଲତାଙ୍କୁ ରାସ୍ତା ରେ ଗଡାଇ ଲୁହା ରଡ଼ ରେ ସ୍ୱାମୀ ଆକ୍ରମଣ କରିଥିଲେ ବୋଲି ଲିଖିତ ଅଭିଯୋଗ କରିଛନ୍ତି। ମାଡ଼ ରେ ମୁଣ୍ଡ ଓ ଦେହ ରେ ଆଘାତ ଯୋଗୁଁ ଗୁରୁତର ଅବସ୍ଥାରେ ରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିଶ୍ଚିତ ହେଉଛନ୍ତି। ଇତି ମଧ୍ୟ ସ୍ୱାମୀ ଫେରାର ଥିବା ସୂଚନା ମିଳିଛି। ଗ୍ରାମଞ୍ଚଳ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.