Odisha Link
Bridging the Missing Links in Odisha

ପୁଣି ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଆସୁଛି ଲଘୁଚାପ। ୧୩ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ର ଉପକୂଳରେ ଏହା ସୃଷ୍ଟି ହୋଇଥିବାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଆଦି ଜିଲାକୁ ସତର୍କ ରହିବା ପାଇଁ କୁହାଯାଇଛି। ତେବେ ନିକଟରେ ଲାଗ ଲାଗ ୩ଟି ଲଘୁଚାପ ହେବାରୁ ବିଭିନ୍ନ ନଦୀରେ ବନ୍ୟା ହୋଇଥିଲା।

Comments are closed.