ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ

ବରଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ଅଧିକାରୀ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି ଜଣେ ସହକାରୀ ଅଗ୍ନିଶମ ଅଧିକାରୀ।
ପ୍ରକାଶ ଯେ, ବରଗଡ଼ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ପେଟ୍ରୋଲ ପମ୍ପ ପାଇଁ ଫାୟାର ସେଫ୍ଟି ପ୍ରମାଣପତ୍ର ଦେବାକୁ ସେ ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।