Odisha Link
Bridging the Missing Links in Odisha

ସୋନିଆ ଗାନ୍ଧୀଙ୍କୁ କଙ୍ଗନାଙ୍କ ଟାର୍ଗେଟ: କହିଲେ, ଇତିହାସରେ ଆପଣଙ୍କ ନୀରବତାକୁ ନେଇ ଚର୍ଚ୍ଚା ହେବ

ମୁମ୍ବାଇ: ଶିବସେନା ଓ କଙ୍ଗନା ରଣାଓ୍ବତଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିବାଦ ସେତେବେଳେ ବଢ଼ିବାକୁ ଲାଗିଲା ଯତେବେଳେକି ବିଏମ୍‌ସି ପକ୍ଷରୁ କଙ୍ଗନାଙ୍କ ଅଫିସ୍‌ ଭଙ୍ଗାଗଲା। ନିୟମ ଉଂଲଘନ କରିଥିବା କାରଣ ଦର୍ଶାଇ ତାଙ୍କ ଅଫିସର କିଛି ଅଂଶ ଭାଙ୍ଗଥିଲା ବିଏମ୍‌ସି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଏପରିକି ମହାରାଷ୍ଟ୍ର ସରକାର ଓ କଙ୍ଗନାଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ରାଜନୈତିକ ରୂପ ନେବାକୁ ବସିଲାଣି। ଶୁକ୍ରବାର କଙ୍ଗନା ରଣଓ୍ବାତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ସୋନିଆକୁ ପଚାରିଛନ୍ତି ଯେ, ଡକ୍ଟର ଆମ୍ବେଦକରଙ୍କ ଦ୍ବାରା ଆମକୁ ଦିଆଯାଇଥିବା ସମ୍ବିଧାନର ନୀତିଗୁଡିକ ପାଳନ କରିବାକୁ ସେ ତାଙ୍କ ସରକାରଙ୍କୁ ଅନୁରୋଧ କରିପାରିବେ କି?

ଶୁକ୍ରବାର କଙ୍ଗନା ଟୁଇଟ କରି କହିଛନ୍ତି ଯେ, କଂଗ୍ରେସର ମାନନୀୟ ଅଧ୍ୟକ୍ଷା ସୋନିଆ ଆପଣ ଜଣେ ମହିଳା ହିସାବରେ ମୋ ପ୍ରତି ମହାରାଷ୍ଟ୍ରରେ ଆପଣଙ୍କ ସରକାର ଯେଉଁ ବ୍ୟବହାର କରୁଛନ୍ତି ଆପଣଙ୍କୁ କଷ୍ଟ ଦେଉ ନାହିଁ କି? ଡକ୍ଟର ଆମ୍ବେଦକରଙ୍କ ଦ୍ବାରା ଆମକୁ ଦିଆଯାଇଥିବା ସମ୍ବିଧାନର ନୀତିଗୁଡିକ ପାଳନ କରିବାକୁ ଆପଣ ଆପଣଙ୍କ ସରକାରଙ୍କୁ ଅନୁରୋଧ କରିପାରିବେ ନାହିଁ କି? ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନା।

ଆପଣ ଭାରତରେ ବସବାସ କରୁଛନ୍ତି। ଆପଣ ମହିଳାଙ୍କ ସଂଘର୍ଷ ପ୍ରତି ଅବଗତ ଥିବେ ନିଶ୍ଚୟ। ଆପଣଙ୍କ ନୀରବତା ଓ ଭେଦଭାବ ନୀତି ଇତିହାସ ଆକଳନ କରିବ। ଆପଣଙ୍କ ନିଜ ସରକାର ମହିଳାଙ୍କୁ ଅତ୍ୟାଚାର କରୁଛି ଏବଂ ଆଇନ ଶୃଙ୍ଖଳା ଏକ ପରିହାସରେ ପରିଣତ ହୋଇଛି। ମୁଁ ଆଶା କରେ ଆପଣ ଏଥିରେ ହସ୍ତକ୍ଷେପ କରିବେ। ବୋଲି କଙ୍ଗନା କହିଛନ୍ତି।

ଅରପକ୍ଷେ ଆଜି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖୋଲାଖୋଲି ଭାବେ ଶିବସେନାକୁ ଟାର୍ଗେଟ କରିଛନ୍ତି କଙ୍ଗନାଙ୍କ ମା ଆଶା ରଣାଓ୍ବତ। ସେ କହିଛନ୍ତି ଯେ, ଯଦି କଙ୍ଗନା ଭୁଲ ହୋଇଥାନ୍ତେ ତେବେ ସାରା ଦେଶର ଜନତା ତାଙ୍କ ସପକ୍ଷରେ ବାହାରି ନଥାନ୍ତେ। ମୋ ଝିଅ ମହାରାଷ୍ଟ‌୍ରରେ ବସବାସ କରୁଛି। ହେଲେ ତା ପ୍ରତି ଅନ୍ୟାୟ ହେଉଛି। ଏହା କି ପ୍ରକାର ସରକାର। ଏହାକୁ ସରକାର କୁହାଯାଏ କି ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଏହା ବାଲ ଠାକରେଙ୍କ ଶିବସେନା ନୁହେଁ। ଯାହାକୁ ଆମେ ପିଲା ଦିନରୁ ଶୁଣିଆସିଛୁ। ବର୍ତ୍ତମାନର ଶିବସେନା ଡରୁଆ ଭୟାଳୁ ବୋଲି ସେ କହିଛନ୍ତି।

ମୋ ଝିଅ ୧୫ ବର୍ଷ ପରିଶ୍ରମ କରି ଟଙ୍କା ସଞ୍ଚୟ କରି ଏକ ଅଫିସ୍‌ ବନାଇଥିଲା। ଆମେ ଏକ ମଧ୍ୟବିତ୍ତ ପରିବାରର। ମୋ ଝିଅ କେତେ ଟଙ୍କା ସଂଗ୍ରହ କରିଛି ତାହା ସମସ୍ତେ ଦେଖିଛନ୍ତି। ସେମାନଙ୍କର ପିତାମାତାଙ୍କର ସମ୍ପତ୍ତି ଅଛି, ଯାହାକୁ ନେଇ ବହୁତ ଗର୍ବ କରୁଛନ୍ତି ଏବଂ ନିର୍ଯାତନା ଦେଉଛନ୍ତି ବୋଲି କଙ୍ଗନାଙ୍କ ମା କହିଛନ୍ତି।

ମୋ ଝିଅ ସତ୍ୟର ସମର୍ଥନ କରିଛି। ସମସ୍ତ ଭାରତବାସୀ ମୋ ଝିଅ ସହିତ ଅଛନ୍ତି ଓ ଆଗକୁ ରହିବେ ମଧ୍ୟ ସେ କହିଛନ୍ତି। ମୁଁ ଗୃହମନ୍ତ୍ରୀ ଅମିତ ଶାହ ଓ ହିମାଚଳ ପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ମୋ ଝିଅକୁ ସୁରକ୍ଷା ଯୋଗାଇଛନ୍ତି। ନିର୍ଯ୍ୟାତନା, ହଇରାଣ କରୁଥିବା ଲୋକଙ୍କ ଉପରେ କଣ ବିଶ୍ବାସ୍‌ କେଉଁ ମୁହୁର୍ତ୍ତରେ କିଛି ମଧ୍ୟ କରି ପାରନ୍ତି। ସେମାନଙ୍କ ଉପରେ ବିଶ୍ବାସ ନାହି ବୋଲି କଙ୍ଗନାଙ୍କ ମା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିରୋଧୀ ମାନେ କହୁଛନ୍ତି ଯେ, କଣ ପାଇଁ ବିଜେପି ମୋ ଝିଅକୁ ସୁରକ୍ଷା ଦେଉ ନାହିଁ। ତାଙ୍କର କଣ ଅସୁବିଧା ଅଛି ତାଙ୍କ ଘରେ ଝିଅ ନାହାନ୍ତି ବୋଲି କହିଛନ୍ତି ଆଶା ରଣାଓ୍ବତ। ସେହି ଲୋକମାନେ ମୋ ଝିଅ ବିଷୟରେ ବାଜେ କଥା କାଇଁ କହୁଛନ୍ତି। ଯଦି କେହି ସତ୍ୟକୁ ସମର୍ଥନ କରୁଛି ତେବେ ତାକୁ ସମର୍ଥନ କରିବା ଉଚିତ୍‌ ବୋଲି ତାଙ୍କ ମା କହିଛନ୍ତି।

Comments are closed.