ବଡ଼ ଖବର: ରାଜ୍ୟରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଅଗଷ୍ଟ ମାସ ପରି ସେପ୍ଟମ୍ବର ମାସରେ ମଧ୍ୟ କରୋନା ଗ୍ରାଫ୍ ଉପର ମୁହାଁ। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୯୧୩ ନୂଆ କରୋନା ପଜିଟିଭ ଆଜି ରବିବାର ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ ରେ ପହିଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪୮ ଜଣ କ୍ବାରାଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫୬୫ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି।
Covid-19 Report For 12th September
New Positives Case: 3913
In quarantine: 2348
Local contacts: 1565(Details of local contacts will be shared by concerned Dist Administration)
District Wise Cases
1. Angul: 103
2. Balasore: 134
3. Bargarh: 146
4. Bhadrak: 123
5. Balangir: 142— I & PR Department, Odisha (@IPR_Odisha) September 13, 2020
22. Mayurbhanj: 147
23. Nawarangpur: 112
24. Nayagarh: 60
25. Nuapada: 128
26. Puri: 212
27. Rayagada: 98
28. Sambalpur: 141
29. Sonepur: 91
30. Sundargarh: 35
31. State Pool: 107New Recovery: 3217
Cumulative Tested: 2423124
Positive: 150807
Recovered: 115279
Active Case: 34849— I & PR Department, Odisha (@IPR_Odisha) September 13, 2020
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୫୦ ହଜାର ୮୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୪ ହଜାର ୮୪୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧ ଲକ୍ଷ ୧୫ହଜାର ୨୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୨୪ ଲକ୍ଷ ୨୩ ହଜାର ୧୨୪ ସାମ୍ପୁଲ ଟେଷ୍ଟ୍ ହୋଇଛି।
Comments are closed.