ପୁଣି ଅସୁସ୍ଥ ହେଲେ ଅମିତ ଶାହ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୁଣିଥରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତିପ୍ରାୟ ୧୧ଟା ସମୟରେ ଏମ୍ସରେ ଭର୍ତ୍ତି କରାଯାଇଛି ସୂଚନା ରହିଛି।
ସୂଚନାଥାଉକି, ଅଗଷ୍ଟ ୨ରେ ଅମିତ ଶାହା କରୋନାରେ ସଂକ୍ରମିତ ହୋଇଥିଲେ। କିଛି ଦିନ ଡାକ୍ତରଖାନାରେ ରହିବା ପରେ ଅଗଷ୍ଟ ୧୪ ତାରିଖରେ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା, ଯାହା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଏବେ ପୁଣି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଅମିତ ଶାହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ୧୧ଟାରେ ସେ ଏମ୍ସରେ ଭର୍ତ୍ତି ହୋଇଛନ୍ତି।