Odisha Link
Bridging the Missing Links in Odisha

ଚୀନ ନଜରରେ ୧୦ ହଜାର ଭାରତୀୟ

ନୂଆଦିଲ୍ଲୀ: ଚୀନ ନଜରରେ ଭାରତର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଥିବା ଜଣାଯାଇଛି। ଏନେଇ ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଦେଶର ପ୍ରାୟ ୧୦ ହଜାର ନେତାଙ୍କ ଉପରେ ଚୀନ ନଜର ରଖୁଛି। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିରୋଧୀ ଦଳ ନେତାଙ୍କ ଉପରେ ଚୀନ ନଜର ରଖିଛି। ଏହାଛଡ଼ା ଚୀନ ସ୍କାନର ତାଲିକାରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ଓ ମେୟରଙ୍କ ନାଁ ମଧ୍ୟ ରହିଥିବା ସୂଚନା ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ମଧ୍ୟ ଚୀନ ନଜର ରଖିଛି।

ସୂଚନାଯୋଗ୍ୟ, ପ୍ରାୟ ୧୦ ହଜାର ପ୍ରମୁଖ ବ୍ୟକ୍ତିଙ୍କ ଗିତିବିଧି ଉପରେ ଚୀନ ନଜର ରଖୁଛି। ଚୀନର ଆଇଟି କମ୍ପାନୀ ଦ୍ୱାରା ଏହି ଗୁଇନ୍ଦାଗିରି କରାଯାଉଛି। ୧୫ ପୂର୍ବତନ ସେନା ମୁଖ୍ୟଙ୍କ ଉପରେ ବି ନଜର ରଖୁଛି। ଉକ୍ତ ତାଲିକାରେ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ କ୍ରୀଡ଼ାବିତ ମଧ୍ୟ ସାମିଲ ଅଛନ୍ତି।

Comments are closed.