୭ ବର୍ଷ ପରେ ବଢ଼ିଛି ବିଜୁଳ ଦର: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ବିଜୁଳି ଦର ବୃଦ୍ଧି ନେଇ ଗୃହରେ ମୁଲତବି ନୋଟିସ ଆଣିଥିଲେ ବିରୋଧୀ। ମୁଲତବୀ ନୋଟିସ ପରେ ଗୃହରେ ଏହା ଉତ୍ତର ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି ଯେ, ରାଜ୍ୟରେ ୭ ବର୍ଷ ପରେ ବିଜୁଳ ଦର ବଢିଛି। କୃଷକ, ବିପିଏଲ ପରିବାରଙ୍କ ପାଇଁ ଦର ବୃଦ୍ଧି ହୋଇନି। ୫୦ ୟୁନିଟରୁ ଅଧିକ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ବିଜୁଳି ଦର ବଢିଛି।
ୟୁନିଟ ପିଛା ମାତ୍ର ୨୦ ପଇସା ବୃଦ୍ଧି କରାଯାଇଛି। ଏନଟିପିସି, ଏନଏଚପିସି, ପିଜିସିଆଇଏଲ ୬୮% ବୃଦ୍ଧି କରିବାକୁ ଦର ବୃଦ୍ଧି ହୋଇଛି। ଗୋଟିଏ ଦୁଇଟି ରାଜ୍ୟ ଛାଡି ବାକି ସବୁ ରାଜ୍ୟରେ ବିଜୁଳି ଦର ଓଡିଶା ଉପରେ ରହିଛି ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।