ବିଧାନସଭା: ଗୃହ ୩ଟା ଯାଏଁ ମୁଲତବୀ

ଭୁୁବନେଶ୍ୱର: ରାଜ୍ୟର କୃଷକ, ବିପିଏଲ ପରିବାରଙ୍କ ପାଇଁ ବିତ୍ୟୁତ ଶୁଳ୍କ ବଢିନାହିଁ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଶକ୍ତିମନ୍ତ୍ରୀଙ୍କ ବିବୃତି ପରେ ଅସନ୍ତୋଷ ପ୍ରକାଶ କରିଛି ବିଜେପି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜେପି। ଫଳରେ ଗୃହକାର୍ଯ୍ୟ ୩ଟା ଯାଏଁ ମୁଲତବୀ ରଖାଯାଇଛି।
ତେବେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଗୃହରେ କହିଥିଲେ ଯେ, କୃଷକ ଓ ବିପିଏଲ ପରିବାରଙ୍କ ପାଇଁ ଦର ବୃଦ୍ଧି ହୋଇନି। ୫୦ ୟୁନିଟରୁ ଅଧିକ ବୃବହାର କରୁଥିବା ଗ୍ରହକଙ୍କ ପାଇଁ ବିଜୁଳି ଦର ବଢିଛି। ୟୁନିଟ ପିଛା ମାତ୍ର ୨୦ ପଇସା ବୃଦ୍ଧି କରାଯାଇଛି। ଏନଟିପିସି, ଏନଏଚପିସି, ପିଜିସିଆଇଏଲ ୬୮% ବୃଦ୍ଧି କରିବାକୁ ଦର ବୃଦ୍ଧି ହୋଇଛି। ଗୋଟିଏ ଦୁଇଟି ଛାଡି ବାକି ସବୁ ରାଜ୍ୟରେ ବିଜୁଳି ଦର ଓଡିଶା ଉପରେ ରହିଛି।