Odisha Link
Bridging the Missing Links in Odisha

ରାଜଘାଟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୧୮୬୯ ମସିହା ଅକ୍ଟୋବର ୨ ତାରିଖ ଆଜିର ଦିନରେ ଗୁଜରାଟର ପୋରବନ୍ଦରରେ ଜନ୍ମ ନେଇଥିଲେ ଜାତୀର ଜନକ ମହାତ୍ମା ଗାନ୍ଧୀ। ଆଜି ସାରା ଦେଶ ତାଙ୍କର ୧୫୧ ତମ ଜୟନ୍ତୀ ପାଳୁଛି। ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗାନ୍ଧୀଙ୍କ ଜୀବନରୁ ଅନେକ କିଛି ଶିଖିବାର ଅଛି। ବାପୁଙ୍କ ଆଦର୍ଶ ଆମକୁ ସମୃଦ୍ଧ କରିବା ସହ ବିକଶିତ ଭାରତ ନିର୍ମାଣ ପାଇଁ ମାର୍ଗଦର୍ଶନ କରିବ ବୋଲି ମୋଦି ଟ୍ୱିଟ୍ କରିଛନ୍ତି।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କର ବି ଆଜି ଜନ୍ମଦିନ। ବିଜୟଘାଟରେ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଗାନ୍ଧୀ ଜୟନ୍ତୀରେ ବାପୁଙ୍କୁ ନମନ କରିଛନ୍ତି। ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ପ୍ରେମ ସମାଜରେ ସୌହାର୍ଦ୍ଦ୍ୟ ସଞ୍ଚାର କରୁଛି। ଗାନ୍ଧିଜୀଙ୍କ ନୀତି ଆଦର୍ଶ ବିଶ୍ୱ କଲ୍ୟାଣର ମାର୍ଗକୁ ପ୍ରଶସ୍ତ କରୁଛି ବୋଲି ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି। ସେହିଭଳି ଗାନ୍ଧୀ ଜୟନ୍ତ୍ରୀ ଅବସରରେ ସାରା ରାଜ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବିଶିଷ୍ଟ ନେତା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ରାଜଘାଟ ପହଞ୍ଚି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Comments are closed.